ଓଷକଣା ପଂଚାୟତରେ ବିଜେଡିର କର୍ମକର୍ତା ସମ୍ମିଳନୀ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନାଉଗାଁ ବ୍ଲକର ଓଷକଣା ପଂଚାୟତରେ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ପଂଚାୟତସ୍ତରୀୟ କର୍ମକର୍ତା ସମ୍ମିଳନୀ ଭଟଣା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ମିଳନୀରେ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସଂଯୋଜକ ତଥା ପୂର୍ବତନ ବିଧାୟକ ଚିରଂଜୀବ ବିଶ୍ୱାଳ, ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇ ବିଜୁ ଜନତା ଦଳର ପ୍ରାର୍ଥୀମାନେ କିପରି ବହୁ ଭୋଟ ବ୍ୟବଧାନରେ ବିଜୟୀ ହେବେ ଏହା ଉପରେ ଗୁରୁତ୍ୱାରୋପ କରିଥିଲେ । ତାଙ୍କ ସହିତ ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ମମତା ପରିଡା, ଜିଲ୍ଲା ବିଜେଡି କୃଷକ ମୋର୍ଚ୍ଚା ସଭାପତି ପ୍ରକାଶ ବସ୍ତିଆ, ବରିଷ୍ଠ ବିଜେଡି ନେତା ନିରଂଜନ ବେହୁରା, ସରପଂଚ ନାରାୟଣ ସ୍ୱାଇଁ, ସମିତି ସଭ୍ୟ ବିରେନ୍ଦ୍ର ବିଶ୍ୱାଳ, ବ୍ଲକ ଯୁବ ସଭାପତି ପ୍ରତ୍ୟୁଷ ପରିଡା ପ୍ରମୁଖ ଯୋଗ ଦେଇ ଜନହିତକର ଯୋଜନା ସହିତ ନିର୍ବାଚନ ପାଇଁ ପ୍ରସ୍ତୁତ ଇସ୍ତାହାର ସଂର୍ପକରେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ବିଶ୍ୱନାଥ ନାୟକ, ବାବାଜୀ ବିଶ୍ୱାଳ, ପୂର୍ବତନ ସରପଂଚ କାର୍ତିକ ମୁଦୁଲି, ପ୍ରକାଶ ମୁଦୁଲି, ଯୁବନେତା ପ୍ରମୋଦ ସ୍ୱାଇଁ, ଦୀପକ ସ୍ୱାଇଁ, ପୂର୍ବତନ ସମିତି ସଭ୍ୟ ରୋହିତ ପରିଡା, ଗଂଗାଧର ସ୍ୱାଇଁ, ସୁବାସ ମଲ୍ଲିକ, ଅଜୟ ସ୍ୱାଇଁ, ହିମାଂଶୁ ଦାସ, ଉଲ୍ଲାସ ସାହୁ, ଗଣେଷ ମୁଦୁଲି, ବିଜେଡି ପଂଚାୟତ ସଭାପତି ଅକ୍ଷୟ ବିଶ୍ୱାଳଙ୍କ ସମେତ ଶତାଧିକ ବିଜେଡି କର୍ମକର୍ତା ଉପସ୍ଥିତ ଥିଲେ ।


