ଆତଙ୍କୀଙ୍କ ଟାର୍ଗେଟରେ ମୋଦି!

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେକ ପାକିସ୍ତାନୀ ଆତଙ୍କବାଦୀଙ୍କ ଟାର୍ଗେଟରେ ଅଛନ୍ତି । ଭାରତୀୟ ଗୁଇନ୍ଦା ବିଭାଗ ଏବଂ ଦିଲ୍ଲୀ ପୁଲିସ ପକ୍ଷରୁ ଏହି ସୂଚନା ମିଳିଛି । ମୋଦି ୨୨ ତାରିଖରେ ଦିଲ୍ଲୀର ରାମଲୀଳା ମୈଦାନରେ ବିଜେପି ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମରେ ମୋଦିଙ୍କ ଆକ୍ରମଣ କରିବା ପାଇଁ ଆତଙ୍କବାଦୀମାନେ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ଦିଲ୍ଲୀ ପୁଲିସକୁ ଆଲର୍ଟ କରାଯାଇଛି । ଏହା ବ୍ୟତୀତ ତାଙ୍କ ସୁରକ୍ଷା ନିମନ୍ତେ ଅତିରିକ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗୁଇନ୍ଦା ବିଭାଗରୁ ମିଳିଥିବା ସୂଚନା ମୁତାବକ ‘ଜୈସ-ଏ-ମହମ୍ମଦ’ ଆତଙ୍କୀ ସଂଗଠନର କେତେକ ଆତଙ୍କୀ ଦିଲ୍ଲୀରେ ଏବେ ସକ୍ରିୟ ଅଛନ୍ତି । ସେମାନେ ରାମଲୀଳା ମଇଦାନରେ ମୋଦିଙ୍କୁ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି । ରାଲିରେ ହଜାର ହଜାର ଲୋକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବାରୁ ଆତଙ୍କବାଦୀ ଏହାର ଫାଇଦା ଉଠାଇବାକୁ ଚାହୁଁଥିବା ଗୁଇନ୍ଦା ବିଭାଗ ପ୍ରକାଶ କରିଛି । ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ଅଯୋଧ୍ୟା ରାୟ ଏବଂ ବାଲାକୋଟରେ ଏୟାର ଷ୍ଟ୍ରାଇକ ଆଦି ଘଟଣାକୁ ନେଇ ପ୍ରତିଶୋଧ ନେବା ପାଇଁ ଜୈସ-ଏ-ମହମ୍ମଦ ଦ୍ୱାରା ମୋଦିଙ୍କ ଆକ୍ରମଣ କରିବା ଲାଗି ପ୍ରୟାସ ଜାରି ରହିଥିବା ଗୁଇନ୍ଦା ବିଭାଗ ପ୍ରକାଶ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ