ସିମିଳି ଗ୍ରାମପଞ୍ଚାୟତ ଠାରେ ବିଜେପିର ବିଜୟ ସଂକଳ୍ପ ସମାବେଶ ଓ ମହାମିଶ୍ରଣ ପର୍ବ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଥାନା ଅଧିନସ୍ଥ ସିମିଳି ଗ୍ରାମପଞ୍ଚାୟତର ନୂଆଗାଁ ସ୍ଥିତ ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ଵର ବିଦ୍ୟାପୀଠ ସନ୍ନିକଟ ପଡିଆ ଠାରେ କାକଟପୁର ନିର୍ବାଚନ ମଣ୍ଡଳୀ ବିଜେପିର ବିଜୟ ସଂକଳ୍ପ ସମାବେଶ ଓ ମହାମିଶ୍ରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। କାକଟପୁର ନିର୍ବାଚନ ମଣ୍ଡଳୀର ବିଜେପି ସଂଯୋଜକ ସୁଦର୍ଶନ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିଜୟ ସମାବେଶ ଓ ମହାମିଶ୍ରଣ ସମାରୋହରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଡକ୍ଟର ଜତିନ କୁମାର ମହାନ୍ତି, ବିଜେପି ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ, ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ, ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ଦିବାକର ଛାଟୋଇ, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, ପୁରୀ ଜିଲ୍ଲା ବିଜେପି ଉପସଭାପତି ରତିକାନ୍ତ ବେହେରା, ନୟାହାଟ ମଣ୍ଡଳ ସଭାପତି ଦୀନବନ୍ଧୁ ମହାନ୍ତି, ସିମିଳି ବିଜେପି ପ୍ରମୁଖ ବିଜୟ କୁମାର ଦାଶ, ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ରାଜଲକ୍ଷ୍ମୀ ଦାଶ, ସୋରଭା ସମିତି ସଭ୍ୟ ପ୍ରଫୁଲ୍ଲ କୁମାର ସ୍ଵାଇଁ, ପୂର୍ବତନ ସରପଞ୍ଚ ବାବୁଲାଲ ସ୍ଵାଇଁ, କାଦୁଆନୂଆଗାଁ ସରପଞ୍ଚ କୃଷ୍ଣ ଚନ୍ଦ୍ର ଜେନା, ଯୁବ ନେତା ରବିନ୍ଦ୍ର ସେନାପତି, ପୂର୍ବତନ ସରପଞ୍ଚ ରବି ନାରାୟଣ ପତି, ପୂର୍ବତନ ସମିତି ସଭ୍ୟ ଶରତ ଚନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ଯଶ୍ୱସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି ଙ୍କ ଲହର ସାରା ରାଜ୍ୟରେ ବହୁଥିବା ବେଳେ କାକଟପୁର ନିର୍ବାଚନ ମଣ୍ଡଳୀରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଶାସନର ଅନ୍ତ କରି ଏକ ବିକଶିତ ପରିବର୍ତ୍ତନଶୀଳ କାକଟପୁର ଗଠନ ଦିଗରେ ବ୍ରତୀ ହୋଇ କାକଟପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ ଓ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ବିଜେପିର ପ୍ରାର୍ଥୀ ଡଃ ବିଭୂ ପ୍ରସାଦ ତରାଇଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବା ବକ୍ତା ମାନେ ଆହ୍ଵାନ ଦେଇଥିଲେ। କାକଟପୁର ନିର୍ବାଚନ ମଣ୍ଡଳୀର ଭଷ୍ଠ୍ରାଚାର ଶାସନର ଅନ୍ତ ଘଟାଇ ଆସନ୍ତା ଜୁନ ମାସ ୧ତାରିଖ ଦିନ ଯୋଡା ଫୁଲ ଚିହ୍ନରେ ଭୋଟ ଦେଇ ବିଧାୟକ ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀଙ୍କୁ ଜିତାଇବାକୁ ଉପସ୍ଥିତ ନେତା ଓ କର୍ମୀ ମାନେ ବଜ୍ର ଶପଥ ନେଇଥିଲେ। ଏହି ମହାମିଶ୍ରଣ ପର୍ବରେ ସିମିଳି ଗ୍ରାମପଞ୍ଚାୟତର ସରପଞ୍ଚ ବିଶ୍ବଜିତ ସ୍ବାଇଁଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଓ ନେତା ବିଜେପିରେସାମିଲ ହୋଇଥିଲେ। ସେହିପରି ବନାଖଣ୍ଡି ଗ୍ରାମପଞ୍ଚାୟତର ବିଜେଡି ସରପଞ୍ଚ ପ୍ରଜ୍ଞା ପାରମିତା ନାୟକ ଓ ୫ରୁ ଉର୍ଦ୍ଧ୍ବ ଓ୍ବାର୍ଡ ମେମ୍ବର ଏବଂ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ୬ଜଣ କଂଗ୍ରେସ ଓ୍ବାର୍ଡ ମେମ୍ବର ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଥିଲେ। ଏହି ମହାମିଶ୍ରଣ ପର୍ବରେ ଇଶାନପୁର, କାଦୁଆନୂଆଗାଁ, ସିମିଳି, ବନାଖଣ୍ଡି, ମହଲପଡା ସମେତ ବିଭିନ୍ନ ଗ୍ରାମ ପଞ୍ଚାୟତର ୩୦୦୦ ହଜାରରୁ ଊର୍ଦ୍ଧ୍ବ କଂଗ୍ରେସ ଓ ବିଜେଡି ଦଳର କର୍ମୀ ଓ ନେତାମାନେ ବିଜେପିରେ ଯୋଗଦାନ କରିଥିଲେ।


