ରାମପୁର ପଞ୍ଚାୟତରେ ବିଜେପିର ମହା ମିଶ୍ରଣ ପର୍ବ
ବନ୍ତ, (ଚାନ୍ଦିନୀ ମହାନ୍ତି):ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନ ତଥା ବନ୍ତ ବ୍ଲକ ରାମପୁର ପଞ୍ଚାୟତର ଶତାଧିକ ଲୋକ ବିଜେପିରେ ମିଶିଛନ୍ତି । ଆୟୋଜିତ ମିଶ୍ରଣ ପର୍ବରେ ବିଧାନସଭା ପ୍ରାର୍ଥୀ ଡ.ସୁଧାଂଶୁ ଶେଖର ନାୟକ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନାରା ସବ୍କା ସାଥ, ସବ୍କା ବିକାଶ ଓ ସବ୍କା ପ୍ରୟାଶ ନାରାକୁ କାର୍ଯ୍ୟକାରୀ କରିବା ନେଇ କର୍ମୀମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏଥିସହ ଓଡିଶାରେ ବିଜେପି ପ୍ରଥମ କରି ଓ କେନ୍ଦ୍ରରେ ମୋଦିଜୀ ୩ୟ ଥର ପାଇଁ ସରକାର ଗଢିବେ ବୋଲି ଦୃଢୋକ୍ତି ପ୍ରକାଶ କରି ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ । ବରଡେଶ୍ୱର ମଣ୍ଡଳ ସଭାପତି ନବକିଶୋର ବଳ ନୂତନ ଭାବେ ଯୋଗ ଦେଇଥିବା କାର୍ଯ୍ୟକର୍ତ୍ତାଙ୍କ ଯୋଗୁଁ ଦଳ ଆଗକୁ ଭଲ ପ୍ରଦର୍ଶନ କରିବ ବୋଲି କହିଥିଲେ । ବରିଷ୍ଠ ନେତା ଜିତେନ୍ଦ୍ର କୁମାର ନାୟକଙ୍କ ସଂଚାଳନରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତ ସଭାପତି ନିରଞ୍ଜନ ଭୂୟାଁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଉନ୍ନତିବାଳା ଦାସ, ଗୟାଧର ପ୍ରଧାନ, ମହେଶ୍ୱର ରାଉତ, ରାଜେନ୍ଦ୍ର ଖିଲାର, ହାଡିବନ୍ଧୁ ପଣ୍ଡା, ମଣ୍ଟୁ ମଲ୍ଲିକ, ବିରେନ୍ଦ୍ର ବେହୁରିଆ, ସୋମନାଥ ସୁତାର, ସନ୍ଦିପ ମହାପାତ୍ର, ଚକ୍ରଧର ମଲ୍ଲିକ, ମିନକେତନ ଘଡେଇ, ତପନ କୁମାର ବାରିକ, ଶିଶିର କୁମାର ପଲେଇ, ସୁଜିତ ବେହୁରିଆଙ୍କ ତତ୍ତ୍ୱାବଧାନରେ ପଞ୍ଚାୟତର ଶତାଧିକ ଲୋକ ଅନ୍ୟ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ । ସମସ୍ତ ନବାଗତ ମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରାଯିବା ସହ ଦଳକୁ ବିଜୟୀ କରାଇବା ନେଇ ଶପଥ ପାଠ କରାଯାଇଥିଲା ।


