ଡିସେମ୍ବର ୨୫ ରେ ରାତି ସାରା ଖୋଲା ରହିବ ଶ୍ରୀ ମନ୍ଦିର ଫାଟକ
ପୁରୀ : ଶ୍ରୀକ୍ଷେତ୍ର ଧାମରେ ଡିସେମ୍ବର ୨୫ ତାରିଖ ସାରାରାତି ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଦିନରାତି ଖୋଲା ରହିବ ଶ୍ରୀମନ୍ଦିର ଫାଟକ । ଡିସେମ୍ବର ୨୬ ରେ ସୂର୍ଯ୍ୟପରାଗ ଲାଗୁଥିବାରୁ ଡିସେମ୍ବର ୨୫ ତାରିଖ ତଥା ବୁଧବାର ସଂନ୍ଧ୍ୟା ୮.୨୦ ମିନିଟ୍ ଠାରୁ ପାକ୍ ନିଷେଧ କରାଯିବ । ଶ୍ରୀ ମନ୍ଦିରରେ ନୀତିକାନ୍ତି ନହେବାରୁ ୨୫ ତାରିଖ ରାତି ସାରା ମହାପ୍ରଭୁଙ୍କ ଦ୍ୱାର ଖୋଲା ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି । ତେବେ ଶ୍ରଦ୍ଧାଳୁ ମାନେ କେତେ ସମୟ ମହାପ୍ରଭୁଙ୍କ ଦର୍ଶନ କରିବେ ତାହା ଉପରେ ପ୍ରଶାସନ ତରଫରୁ କିଛି ସମୟ ନିର୍ଘଣ୍ଟ କରାଯାଇଛି । ତେବେ ୨୬ ତାରିଖ ସୂର୍ଯ୍ୟପରାଗ ପରେ ମହାସ୍ନାନ ହେବା ପରେ ଦାରୁବ୍ରହ୍ମଙ୍କ ସମସ୍ତ ନୀତି କାନ୍ତି ସୁଚାରୁରୁପେ ଚାଲିବ ।