ହିଞ୍ଜିଳିକାଟୁରେ ବିଶ୍ଵ ପରିବେଶ ଦିବସ ପାଳିତ
ହିଞ୍ଜିଳିକାଟୁ, (ସୁଧାନିଧି ଚୌଧୁରୀ): ହିଞ୍ଜିଳିକାଟୁ ପୈାରାଞ୍ଚଳ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଉପଯୁକ୍ତ ସ୍ଥାନରେ ବୃକ୍ଷ ରୋପଣ କରିବା ସହିତ ସୁରକ୍ଷା ପ୍ରଦାନ କଲେ ପରିବେଶର ସୁଧାର ଆସିବ ଓ ଆଗାମୀ ପିଢ଼ି ପାଇଁ ଏକ ମାତ୍ର ପୃଥିବୀର ପରିବେଶ ସୁରକ୍ଷିତ ରହିପାରିବ ବୋଲି ମତପୋଷଣ କରିଥିଲେ। କଠିନ ବର୍ଜ୍ୟବସ୍ତୁର ଉପଯୁକ୍ତ ପରିଚାଳନା କଲେ ରାସାୟନିକ ସାର, କୀଟନାଶକ ପରିବର୍ତ୍ତେ ସବୁଜ ଖତ, ଜିଆଖତ ଓ କମ୍ପୋଷ୍ଟ ବ୍ୟବହାର କଲେ ଜୀବଜନ୍ତୁ ମାନଙ୍କ ପାଇଁ ଓ ଆଗାମୀ ପିଢ଼ି ପାଇଁ ପରିବେଶ ସୁରକ୍ଷିତ ହୋଇ ରହିପାରିବ ବୋଲି ସିଆରସିସି ଅଖିଳ କୁମାର ପଣ୍ଡା ମତବ୍ୟକ୍ତ କରିଥିଲେ। ଶେଷରେ ବିଦ୍ୟାଳୟର ସ୍କାଉଟ ଓ ଗାଇଡ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ର ଛାତ୍ରୀ ମାନଙ୍କ ସହ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇ ହିଞ୍ଜିଳିକାଟୁ ସହରରେ ଏକ ସଚେତନତା ଶୋଭାଯାତ୍ରା କରିଥିଲେ। ପରିବେଶ ସୁରକ୍ଷା ଉପରେ ସଚେତନତା କରାଇଥିଲେ।ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ବୈକୁଣ୍ଠ ନାଥ ପାଠୀ, ଉପେନ୍ଦ୍ର ନାଥ ସାବତ, ଲାଲମୋହନ ସାହୁ, ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା ପାତ୍ର, ପୁଷ୍ପାଞ୍ଜଳି ସେଠୀ, ରଶ୍ମିତା ଭୋଳଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଅନୁରୂପ ଭାବେ ହିଞ୍ଜିଳିକାଟୁ ଟିପିଏସଓଡିଏଲ ପକ୍ଷରୁ ନିର୍ବାହୀ ଯନ୍ତ୍ରୀ ଇ°. ଗୋପାଳକୃଷ୍ଣ ପଣ୍ଡାଙ୍କ ତତ୍ତ୍ଵାବଧାନରେ କର୍ମଚାରୀ ମାନେ କାର୍ଯ୍ୟାଳୟ ସମେତ ନିକଟବର୍ତ୍ତୀ ଅଞ୍ଚଳରେ ବୃକ୍ଷ ରୋପଣ କରି ପରିବେଶ ଦିବସ ପାଳନ କରିଥିଲେ ।