ଛତ୍ରପୁର ସହରର ବିଭିନ୍ନ ସ୍ଥାନରେ ସାବିତ୍ରୀ ବ୍ରତ ପାଳିଲେ ମହିଳା
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସ୍ୱାମୀଙ୍କ ଶୁଭ ମନାସି ସହରର ବିଭିନ୍ନ ସ୍ଥାନରେ ମହିଳା ମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି l ବିଭିନ୍ନ ପ୍ରକାର ଫୁଲ ଓ ଫଳ ଧରି ମହିଳା ମାନେ ଏକତ୍ରିତ ହୋଇ ଏହି ବ୍ରତ ପାଳନ କରିଛନ୍ତି l ନିଜ ନିଜ ସ୍ୱାମୀଙ୍କ ଶୁଭ ମନାସିବା ସହିତ ବିଭିନ୍ନ ରୀତିନୀତି ଅନୁଯାୟୀ ଏହି ପୂଜା ପାଳନ କରିଥିବା ଦେଖିବାକୁ ମିଳିଛି l ପୌରାଣିକ କାହାଣୀକୁ ଆଧାର କଲେ ଜଣାଯାଏ ସତ୍ୟ ଯୁଗରେ ସାବିତ୍ରୀ ଯମ ଦେବତାଙ୍କୁ ପୂଜାର୍ଚନା କରି ନିଜ ସ୍ୱାମୀ ସତ୍ୟବାନ ଙ୍କୁ ମୃତ୍ୟୁ ମୁଖରୁ ଫେରାଇ ଆଣିଥିଲେ l ସେହି ବିଶ୍ୱାସ କୁ ଆଧାର କରି ମହିଳା ମାନେ ନିଜ ନିଜ ସ୍ୱାମୀଙ୍କ ମଙ୍ଗଳ ଲାଗି ପୂଜାର୍ଚନା କରିଥିଲେ l ସହର ସମେତ ବ୍ଲକର ଆଖ ପାଖ ଗ୍ରାମ ଓ ମନ୍ଦିର ଗୁଡିକ ରେ ମଧ୍ୟ ଏହି ବ୍ରତ ପାଳନ କରାଯାଇଥିବା ଦେଖିବାକୁ ମିଳିଛି l


