ପୋପରଡା ପ୍ରସିଦ୍ଧ ରଜୋତ୍ସବ ଓ ସମ୍ବର୍ଧନା ସଭା
କଟକ, (ଯୁଗାବ୍ଦ ନ୍ୟୁଜ):କଟକ ସହର ଉପକଣ୍ଠ ପୋପରଡା ପ୍ରସିଦ୍ଧ ରଜୋତ୍ସବ ଅବସରରେ ପଞ୍ଚଦିବସୀୟ ବାଦୀପାଲା ମହୋତ୍ସବ ଶେଷ ରଜ ଭୂମିଦାହ ପାଲିତ ହୋଇ ଏହି ଅବସରରେ ପାଲା ଗାୟକ ବାଚସ୍ପତି ପ୍ରଫୁଲ୍ଲ ଆଚାର୍ଯ୍ୟଙ୍କୁ କାଠଯୋଡ଼ି ସାହିତ୍ୟ ସଂସଦ ତରଫରୁ ସମ୍ମାନିତ କରାଯାଇଥିଲା । କାଠଯୋଡ଼ି ସାହିତ୍ୟ ସଂସଦ କାର୍ଯ୍ୟକାରୀ ସଭାପତି ପ୍ରମୋଦ ପ୍ରଧାନ ସଙ୍ଗଠନ ସମ୍ପାଦିକା ଅଧ୍ୟାପିକା ବିଷ୍ଣୁପ୍ରିୟା ସାହୁ, ଦୁର୍ଯ୍ୟୋଧନ ବେହେରା,ଗଦାଧର ପ୍ରଧାନ,ରବି ରାଉତରାୟ,ପ୍ରମୋଦ ସାହୁ ଆଦି କର୍ମକର୍ତ୍ତା ସହ ଗ୍ରାମ ଅଧିକାରୀ ଦେବେନ୍ଦ୍ର ସ୍ଵାଇଁ ଉପସ୍ଥିତ ଥିଲାବେଳେ ସମ୍ପାଦକ ବାବାଜୀ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


