ଛତ୍ରପୁର ବିଧାୟକଙ୍କୁ ସମ୍ବର୍ଦ୍ଧନା
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ର ନବ ନିର୍ବାଚିତ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କୁ ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ସୋମବାର ସନ୍ଧ୍ୟାରେ ଛତ୍ରପୁର ପ୍ରେସ କ୍ଲବ ଗୃହରେ ସଭାପତି ରବିନ୍ଦ୍ରନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ନାୟକଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ପୁଷ୍ପମାଲ୍ଯ ଦେଇ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରାଯାଇଥିଲା। ଉପସଭାପତି ସନ୍ତୋଷ ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଉପଦେଷ୍ଟା ବୃନ୍ଦ ରବିନ୍ଦ୍ର କୁମାର ପଣ୍ଡା, ଶ୍ରୀକାନ୍ତ ମହାନ୍ତି, ବସନ୍ତ ମହାରଣା, ସମ୍ପାଦକ ସରୋଜ ସାମଲ, , କୋଷାଧ୍ୟକ୍ଷ କେ ସତ୍ଯ ନାରାୟଣ ରେଡ୍ଡୀ, ପୂର୍ବତନ ସଭାପତି ପ୍ରଶାନ୍ତ ମହାରଣା, ଯୁବ ସାମ୍ବାଦିକ ବିସ୍ମୟ ପ୍ରଧାନ ଶ୍ରୀ ନାୟକଙ୍କୁ ସ୍ବାଗତ ସମ୍ଭାଷଣ ଦେବା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ବିଧାୟକ ଶ୍ରୀ ନାୟକ ସାମାଜିକ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ସମସ୍ତ ସାମ୍ବାଦିକଙ୍କ ସହଯୋଗ କାମନା କରିଥିଲେ। ଉପଦେଷ୍ଟା କ୍ଷୀରୋଦ ସାହୁ, ସାମ୍ବାଦିକ ଦିଲ୍ଲୀପ ସାମଲ,ଅଜିତ ସ୍ୱାଇଁ, ସନ୍ତୋଷ କୁମାର ସାହୁ,ରବିନ୍ଦ୍ର ନାହାକ, ଅଶୋକ ବେହେରା, ସନ୍ତୋଷ ସାହୁ,କିଶୋର ଚନ୍ଦ୍ର ମହାନ୍ତି, ପ୍ରଦୀପ କୁମାର ସାହୁ, ଦେବବ୍ରତ ପଣ୍ଡା, ବୀରେନ ରାଉଳ, କେ. ରମେଶ, ଅଶୋକ ରଥ ଓ ପିତାମ୍ବର ନାହାକ ଉପସ୍ଥିତ ଥିଲେ।


