ପିରାମଳ ଫାଇନାନ୍ସର ଖୁଚୁରା ଋଣ ୫୦,୦୦୦ କୋଟି ଟଙ୍କାକୁ ଟପିଲା, ୨୦୨୭-୨୮ ସୁଦ୍ଧା ରିଟେଲ୍ ଏୟୁଏମ୍ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପିରାମଳ ଫାଇନାନ୍ସ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ଖୁଚୁରା ଋଣର ପରିଚାଳନା ଅଧୀନ ସଂପତି (ଏୟୁଏମ୍) ପରିମାଣ ୫୦,୦୦୦ କୋଟି ଟଙ୍କା ଅତିକ୍ରମ କରିଛି । ପିରାମଳ ଫାଇନାନ୍ସ ପକ୍ଷରୁ ଖୁଚୁରା ବ୍ୟବସାୟର ବିବିଧ ଉତ୍ପାଦ ଗଠନ କରାଯାଇଥିବା ବେଳେ ଗ୍ରାମୀଣ ଭାରତର ଆବଶ୍ୟକତା ପୂରଣ କରିବା ଲାଗି ଉତ୍ପାଦ ଯୋଗାଇ ଦିଆଯାଉଛି ଏବଂ ଉପେକ୍ଷୀତ ବର୍ଗଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରାଯାଉଛି । ବିଗତ ତିନି ବର୍ଷରେ ପିରାମଳ ଫାଇନାନ୍ସ ଗ୍ରାମୀଣ ଭାରତରେ ଏହାର ଗ୍ରାହକ ସଂଖ୍ୟାରେ ବ୍ୟାପକ ବୃଦ୍ଧି କରି ନିଜକୁ ଏକ ଅଗ୍ରଣୀ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନି (ଏନବିଏଫ୍ସି)-ହାଉସିଂ ଫାଇନାନ୍ସ କମ୍ପାନି (ଏଚ୍ଏଫ୍ସି) ଭାବେ ପ୍ରତିଷ୍ଠିତ କରିପାରିଛି ।୨୦୨୧ରେ ଦ୍ୱିୱାନ ହାଉସିଂ ଫାଇନାନ୍ସ କର୍ପୋରେସନ ଲିମିଟେଡ୍ (ଡିଏଚ୍ଏଫ୍ଏଲ୍)କୁ ପିରାମଳ ଫାଇନାନ୍ସ ଅଧିଗ୍ରହଣ କରିଥିଲା । ତା’ ପରଠାରୁ ବ୍ୟବସାୟ ସମନ୍ୱିତ ହୋଇଛି ଏବଂ ଆଗକୁ ବଢ଼ୁଛି । ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ଶାଖା ସଂଖ୍ୟା ୨୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ୩୦୦ରୁ ୪୯୦କୁ ବୃଦ୍ଧି ପାଇଥିବା ବେଳେ ଗ୍ରାହକ ସଂଖ୍ୟା ୪.୧ ନିୟୁତକୁ ବୃଦ୍ଧି ପାଇଛି । କର୍ମଚାରୀ ସଂଖ୍ୟା ୫୦୦୦ରୁ ୧୩,୦୦୦କୁ ବୃଦ୍ଧି ପାଇଛି ।ଏକ ମିଶ୍ରିତ ସଂସ୍ଥା ଭାବେ ପିରାମଲ୍ ଫାଇନାନ୍ସ ପକ୍ଷରୁ ଗୃହ, ବ୍ୟବସାୟ, ବ୍ୟକ୍ତିଗତ ଋଣ, ସିକ୍ୟୁରିଟିଜ୍ ବଦଳରେ ଋଣ ଏବଂ ବ୍ୟବହୃତ କାର୍ ଋଣ ଭଳି ୧୩ରୁ ଅଧିକ ଉତ୍ପାଦ ବଜେଟ୍ ସଚେତନ ଗ୍ରାମୀଣ ଭାରତର ଗ୍ରାହକମାନଙ୍କ ଲାଗି ଶୁଭାରମ୍ଭ କରାଯାଇଛି । କମ୍ପାନିର ମୋଟ ରିଟେଲ ଏୟୁଏମ୍ରେ ବନ୍ଧକର ଭାଗ ସର୍ବାଧିକ ୬୮ ପ୍ରତିଶତ ରହିଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ୩୮% ହାରରେ ଆଗକୁ ବଢ଼ିଛି । ଗୃହ ଋଣ ମଧ୍ୟ ବଢ଼ୁଥିବା ବେଳେ ୨୦୨୩-୨୪ରେ କମ୍ପାନି ମାସିକହାରାହାରି ୮୦୦ କୋଟି ଟଙ୍କା ବଂଟନ କରିଥିବା ବେଳେ ହାରାହାରି ଋଣ ୧୯ ଲକ୍ଷ ଟଙ୍କା ରହିଥିଲା ।ପିରାମଳ କ୍ୟାପିଟାଲ ଆଣ୍ଡ ହାଉସିଂ ଫାଇନାନ୍ସ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଜୟରାମ ଶ୍ରୀଧରନ କହିଛନ୍ତି ଯେ, “ଖୁଚୁରା ଏୟୁଏମରେ ୫୦,୦୦୦ କୋଟି ଟଙ୍କାରେ ପହଂଚିଥିବାରୁ ଆମେ ଆନନ୍ଦିତ ଏବଂ ଉଲ୍ଲସିତ । କ୍ଷୁଦ୍ର ସହର ଓ ଗ୍ରାମୀଣ ଭାରତ ବଜାରରେ ଥିବା ବ୍ୟାପକ ବ୍ୟବସାୟିକ ସୁଯୋଗକୁ ଏହା ଦର୍ଶାଉଛି । ୨୦୨୧ରେ ଡିଏଚଏଫଏଲ ଅଧିଗ୍ରହଣ ପରଠାରୁ ଆମର ଲକ୍ଷ୍ୟ ହେଉଛି ଛୋଟ ସହରଗୁଡିକରେ ଏହାର ଶକ୍ତିଶାଳୀ ଗ୍ରାହକ ଫ୍ରାଂଚାଇଜ୍ ନିର୍ମାଣ କରିବା । ସୁଲଭ ବାସଗୃହ କ୍ଷେତ୍ରରେ ଏକ ଅଗ୍ରଣୀ ଆର୍ôଥକ ସେବା କମ୍ପାନି ଭାବରେ ଆମର ସ୍ଥିତି ଦେଖି ଖୁସି ଲାଗୁଛି । ଆମର ବ୍ୟବସାୟ ସମଗ୍ର ଭାରତରେ ଏମଏସଏମଇ ଏବଂ କ୍ଷୁଦ୍ର ବେତନଭୋଗୀ ବ୍ୟକ୍ତିଙ୍କ ଉପରେ କେନ୍ଦ୍ରୀଭୂତ ରହିବ ଯାହା ଅଧିକ ଲୋକଙ୍କୁ ଆନୁଷ୍ଠାନିକ ଋଣ ପ୍ରଦାନ କରିବ ।”ପିରାମଳ ଫାଇନାନ୍ସ ୨୦୨୪-୨୫ ଆର୍ଥିକ ବର୍ଷରେ ୫୦-୧୦୦ ନୂଆ ଶାଖା ଖୋଲିବାକୁ ଯୋଜନା ରଖିଛି । ହାଇ-ଟେକ୍ ଭିତିଭୂମି ଓ ୱେବସାଇଟ୍, ମୋବାଇଲ୍ ଆପ୍ ତଥା ହ୍ୱାଟସ୍ଆପ୍ ଭଳି ପ୍ରଯୁକ୍ତି କମ୍ପାନି ସହ ଯୋଡ଼ିହୋଇରହିଛି ଯାହା ଜରିଆରେ ଶୀଘ୍ର ନିଷ୍ପତି ନିଆଯାଇପରୁଛି ।ପିରାମଳ ଏଟଂରପ୍ରାଇଜେସ୍ ଲିମିଟେଡ୍ର ଲୋନ୍ ବୁକ୍ରେ ରିଟେଲ୍ ଋଣର ଭାଗ ୭୫% ରହିଛି । ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ମୋଟ ଏୟୁଏମ୍ ୬୮,୮୪୫ କୋଟି ଟଙ୍କା ରହିଥିବା ବେଳେ ରିଟେଲ୍ ଋଣ ଭାଗ ୭୦% ଥିଲା । ୨୦୨୭-୨୮ ସୁଦ୍ଧା ଏୟୁଏମ୍କୁ ୧.୫ ଲକ୍ଷ କୋଟି ଟଙ୍କାରେ ପହଂଚାଇବାକୁ କମ୍ପାନି ଯୋଜନା ରଖିଛି ।