ଗ୍ରାମରୁ ହରିଣକୁ ଉଦ୍ଧାର କଲା ବନ ବିଭାଗ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଓଡଙ୍ଗ ଦାସସାହିରୁ ଏକ ଜଙ୍ଗଲି ହରିଣକୁ ବନ ବିଭାଗ ଗ୍ରାମବାସୀ ମାନଙ୍କ ସହଯୋଗରେ ଉଦ୍ଧାର କରିଥିବା ଜଣାଯାଇଛି । ଗତ ୨ ଦିନ ଧରି ହରିଣଟି ଆଖପାଖ ଅଞ୍ଚଳରେ ବୁଲୁଥିଲେ ମଧ୍ୟ ଗ୍ରାମବାସୀ ମାନେ ତାକୁ ଧରିବାରେ ସଫଳ ହୋଇପାରିନଥିଲେ । ରବିବାର ପୂର୍ବାହ୍ନ ସମୟରେ ହଠାତ୍ ହରିଣଟି ଦାସସାହି ନିକଟରେ ଥିବା ଏକ କମ୍ୟୁନିଟ ସେଣ୍ଟର ଭିତରକୁ ପଶି ଯାଇଥିଲା । ଏନେଇ ଗ୍ରାମବାସୀ ମାନେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ôଚ ହରିଣଟିକୁ କାବୁ କରି ସାଥିରେ ନେଇଯାଇଥିବା ଜଣାଯାଇଛି । ଉକ୍ତ ହରିଣଟି ହଦଗଡ ଅଞ୍ଚଳରୁ ବାଟବଣା ହୋଇ ପଳାଇ ଆସିଥିବା ଅନୁମାନ କରାଯାଇଛି ।