ଜୟଦୂର୍ଗା କଲ୍ୟାଣ ମଣ୍ଡପରେ ତାଲା ପକାଇଲେ ତୁଳସୀପୁର ଗ୍ରାମବାସୀ

ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତର ଜୟଦୂର୍ଗା କଲ୍ୟାଣ ମଣ୍ଡପରେ ତୁଳସୀପୁର ଗ୍ରାମବାସୀ ତାଲା ପକାଇଥିଲେ। ଗ୍ରାମବାସୀଙ୍କ ସ୍ଥିତିବାନ ଜାଗାରେ ଉକ୍ତ କଲ୍ୟାଣ ମଣ୍ଡପ ନିର୍ମାଣ ସମୟରେ ଗ୍ରାମବାସୀ ଓ ପଞ୍ଚାୟତ ମଧ୍ୟରେ ଏକ ଚୁକ୍ତି ନାମା ହୋଇଥିଲା। ସେହି ଚୁକ୍ତିକୁ ୫ ବର୍ଷ ହେବ ପଞ୍ଚାୟତ କତ୍ତ୍ରୁପକ୍ଷ ପାଳନ କରି ନ ଥିବାରୁ ଆଜି ସମୁହ ଗ୍ରାମବାସୀ କଲ୍ୟାଣ ମଣ୍ଡପରେ ତାଲା ପକାଇଥିଲେ ବୋଲି କହିଛନ୍ତି ଗ୍ରାମ୍ୟ କମିଟି ସଭାପତି ବନବିହାରୀ ଦାଶ। ଖବର ପାଇ ଉକ୍ତ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଅରକ୍ଷିତ ଭୋଇ ଓ ସମିତି ସଭ୍ୟା ଙ୍କ ପ୍ରତିନିଧି ପ୍ରକାଶ ସାହୁ ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ।ପଞ୍ଚାୟତ ପକ୍ଷରୁ ନଗଦ ୨୫ ହଜାର ଟଙ୍କା ପ୍ରଦାନ ସହିତ ସହିତ ଏକ ମାସ ମଧ୍ୟରେ ପଞ୍ଚାୟତ ଓ ଗ୍ରାମବାସୀଙ୍କ ମଧ୍ୟରେ ଥିବା ବିବାଦର ସମାଧାନ କରାଯିବାକୁ ପ୍ରତିଶ୍ରୁତି ଦିଆ ଯିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ତାଲା ଫିଟା ଯାଇଥିଲା। ରଜନୀକାନ୍ତ ତ୍ରିପାଠୀ,ଅନିରୁଦ୍ଧ ତ୍ରିପାଠୀ,ବିଜୟ ମଲ୍ଲିକ, ଦ୍ଵିଜବର ସାହୁ,ଗଗନ ଭୋଇ,ଶିବ ବାରିକ,ଗୁର ଭୋଇ,ନିରଞ୍ଜନ ତ୍ରିପାଠୀ, ଅଭିନ ଭୋଇ, ସୁରେନ୍ଦ୍ର ସାହୁ,ମନୁ ଭୋଇ ପ୍ରମୁଖ ଗ୍ରାମବାସୀ ମାନେ କଲ୍ୟାଣ ମଣ୍ଡପରେ ତାଲା ପକାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ