ଗୋପରେ ବିଭିନ୍ନ ସ୍ଥାନ ରେ ବନ ମହୋତ୍ସବ ପାଳିତ
ନିମାପଡ଼ା ,( ସନ୍ତୋଷ ଦାଶ ) ପୁରୀ ଜିଲ୍ଲା ଗୋପ ବନ ବିଭାଗ ଓ ଶ୍ରୀଜଗନ୍ନାଥ ସମାଜ କଲ୍ୟାଣ ସଂସ୍ଥାନ ର ମିଳିତ ଆନୁକୂଲ୍ୟ ରେ ଗୋପ ବ୍ଲକ ନାଗପୁର ଠାରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବନ ମହୋତ୍ସବ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ଜୈବ ବିବିଧତାର ସୁରକ୍ଷା ପାଇଁ ଜନ ସଚେତନତା କରାଯାଇଥିଲା।ଏହି କାଯ୍ୟକ୍ରମର ମୁଖ୍ୟ ଆୟୋଜକ ଶ୍ରୀ ଜଗନ୍ନାଥ ସମାଜ କଲ୍ୟାଣ ସଂସ୍ଥାନର ସମ୍ପାଦକ ପ୍ରକୃତି ପ୍ରେମୀ ତଥା ସରକାରୀ ରାଜ୍ୟସ୍ତରୀୟ ଇକୋ ଟୁରିଷ୍ଟ ଗାଇଡ୍ ବିରଞ୍ଚି ନାରାୟଣ ରଥ ଏହି କାଯ୍ୟକ୍ରମ କୁ ପରିଚାଳନା କରିଥିଲେ ।କୋଣାର୍କ ବନପାଳ କୈଳାସ ଚନ୍ଦ୍ର ନାୟକ ମା ପାଇଁ ଗଛ ଟିଏ ଲଗାଇବା ପାଇଁ ସମସ୍ତ ଙ୍କୁ ବାର୍ତ୍ତା ଦେଇଥିଲେ ।ରାମଚଣ୍ଡୀ ବନପାଳ ତପନ ନାୟକ, କୋଣାର୍କ ବନପାଳ ଯୋଗେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବିଜୟ କୁମାର ଦାଶ ,ସୁକାନ୍ତ କିଶୋର ମିଶ୍ର ,ଭାଗିରଥି ରାଉତ, ପ୍ରଦୀପ୍ତ ରାଉତ ଓ ନାଗପୁର ସ୍ପୋଟ୍ସ କ୍ଳବର ସଭ୍ୟ ମାନେ ଉକ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ସେହିପରି ୭୫ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଗୋପ ବନବିଭାଗ, ଗୋପ ଅଗ୍ନିଶମ ବାହିନୀ ଓ ଉତ୍ସର୍ଗ ପରିବାର ମିଳିତ ସହଯୋଗରେ ଗୋପ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପରିସରରେ ଶହେ ରୁ ଉର୍ଦ୍ଧ ବୃକ୍ଷରୋପଣ କରା ଯାଇଥିଲା।