ଚୋର ମୂଖେ ପର ଧନ ହରଣର ନିନ୍ଦା :ପୀତବାସ ପଣ୍ଡା

ବ୍ରହ୍ମପୁର,(ଅନିଲ କୁମାର):ଗତ ବିଧାନସଭା ନିର୍ବାଚନରେ ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା ପରାଜୟ ହେବା ପରେ ସେ ତାଙ୍କର ମାନସିକ ସ୍ଥିତି ହରାଇଥିବା ପରି ଲାଗୁଛି। ଗୋପାଳପୁର ନିର୍ବାଚନ ମଣ୍ଡଳୀରେ କାହିଁକି ହାରିଲେ ତାର ସମୀକ୍ଷା କରିବାକୁ ଡାକିଥିବା ବୈଠକରେ ପରାଜୟର କାରଣ ନ ଖୋଜି ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବିରୁଦ୍ଧରେ ଯେଉଁ ଅରୁଚିକର ଓ ବିଭାନ୍ତିକର ଅଭିଯୋଗ ଆଣିଥିଲେ ତାକୁ ଜିଲ୍ଲା ବିଜେପି ଖଣ୍ଡନ କରିଥିଲା ଓ ପୂର୍ବତନ ବ୍ରହ୍ମପୁର ବିଧାୟକଙ୍କ ସମ୍ପତି କିପରି ଅହେତୁକ ଭାବରେ ବୃଦ୍ଧି ପାଇଛି ତାର ଭିଜିଲାନ୍ସ ତଦନ୍ତ କରାଯାଉ ବୋଲି ଦଳ ପକ୍ଷରୁ ଦାବୀ କରାଯାଇଥିଲା। କିନ୍ତୁ ପୂର୍ବତନ ବିଧାୟକ ନିଜର ମାନସିକ ସ୍ଥିତି ହରାଇ ମୁଁ କେବେ ସାଇକେଲ ଦୋକାନ କରିଥିଲି କହିବା ଏକ ରାଜନୈତିକ ଦେବାଳିଆପଣକୁ ସୂଚାଉଛି। ପୂର୍ବତନ ବିଧାୟକ ଗତ ପାଞ୍ଚ ବର୍ଷ ସରକାରୀ ଦଳର ବିଧାୟକ ରହିଲେ, ସେ କ୍ଷମତାର ଦୁରୁପଯୋଗ କରି କୋଟି କୋଟି ଟଙ୍କା ଅର୍ଜିଥିବ ବିଜେପି ଅଭିଯୋଗ କରିଛି। କିନ୍ତୁ ତାହାର ଉତ୍ତର ନ ଦେଇ ଶ୍ରୀ ପଣ୍ଡା ମୋ ବିରୁଦ୍ଧରେ ଏକ ମନ ଗଢା କାହାଣୀ କହିବା ଏହା ତାଙ୍କର ଅଭ୍ୟାସଗତ ମିଛୁଆ ବୋଲି ପ୍ରମାଣିତ କରୁଛି । ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ଦିନେ ଚାହା ବିକୁଥିଲେ ଏବଂ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ସାଧାରଣ ପରିବାରରୁ ଆସିଛନ୍ତି , ଏଣୁ କୌଣସି ବ୍ୟବସାୟ କରିବା ଛୋଟ ନୁହେଁ । ୨୦୦୯ ରେ ଶ୍ରୀ ବିକ୍ରମ ପଣ୍ଡା କଂଗ୍ରେସ ଦଳରୁ ପାର୍ଥି ହୋଇ ମାତ୍ର ଏକ କୋଟି ୨୮ ଲକ୍ଷ ୫୧ ହଜାର ୬୨୪ ଟଙ୍କାର ମାଲିକ ବୋଲି ନିର୍ବାଚନ ଅଧିକାରୀଙ୍କ ନିକଟରେ ଶପଥ ପାଠ ଦାଖଲ କରିଥିଲେ । ବର୍ତମାନ ହୋଇଥିବା ୨୦୨୪ ନିର୍ବାଚନରେ ତାଙ୍କର ଦାଖଲ ହୋଇଥିବା ସମ୍ପତ୍ତି ପରିମାଣ ୧୫କୋଟି ୯୪ ଲକ୍ଷ ୯୪ ହଜାର ୩୩୨ ଟଙ୍କା ବୋଲି ଶପଥ ପାଠ ରେ ଦାଖଲ କରିଛନ୍ତି। ଏହି ବିପୁଳ ପରିମାଣର ଧନ ରାଷି ଶ୍ରୀପଣ୍ଡା ପେଟ୍ରୋଲ ପକାଇ ଅର୍ଜିଛନ୍ତି ନା ଦଲାଲଗିରୀ କରି ଅର୍ଜିଛନ୍ତି ସର୍ବସାଧାରଣ ରେ ପ୍ରକାଶ କରନ୍ତୁ । ଶ୍ରୀ ପଣ୍ଡା ରାଜନୀତି ଆରମ୍ଭ କରିବା ପୂର୍ବ ରୁ ଗୋଟିଏ ଭଙ୍ଗା ଆମ୍ବାସଡାର କାର୍ ରଖି ଭଡ଼ା ଲଗାଉ ଥିବା ସହରବାସୀ ଜାଣନ୍ତି । ଚୋର ମୂଖେ ପର ଧନ ହରଣର ନିନ୍ଦା ପରି ଶ୍ରୀ ପଣ୍ଡା ଜାଣିବା ଦରକାର ମୁଁ କେବେ ସରକାରୀ ପଦ ପଦବୀରେ ନଥିଲି କି ନାହିଁ । ପର ସମ୍ପତି ହରଣ କି ମଣିଷ ମାରିବା ଅପରାଧ ରେ ମୋ ନାମରେ କେବେ କେଶ୍ ହୋଇନାହିଁ । କିନ୍ତୁ ପୂର୍ବତନ ବିଧାୟକ ଶ୍ରୀ ପଣ୍ଡାଙ୍କ ନାମରେ ଏକାଧିକ ମାମଲା ପୁଲିସ ଥାନା ରେ ରୁଜୁ ହୋଇଛି । ବିଜେପିର ମୁଁ ଜଣେ ସକ୍ରୀୟ ଓ ନିଷ୍ଠାପର କର୍ମୀ , ଦଳ ମୋତେ ଯେଉଁ ଦାୟିତ୍ଵ ଦେବ ସେ କାର୍ଯ୍ୟ ତୁଲେଇବି। ନିଜର କୁକର୍ମ ଓ ଅହଙ୍କାର ପାଇଁ ଲୋକଙ୍କ ଦ୍ୱାରା ପ୍ରତ୍ୟାକ୍ଷାତ ହୋଇଥିବା ଶ୍ରୀ ପଣ୍ଡା ଅନ୍ୟ କୁ ଦୋଷ ନ ଦେଇ ନିଜେ ଆତ୍ମ ସମୀକ୍ଷା କରନ୍ତୁ ।ବିଜେଡି ଦଳ କିମ୍ପା ବିକ୍ରମ ପଣ୍ଡା ଙ୍କ କୌଣସି ଅଧିକାର ନାହିଁ ମୁଁ କାହିଁକି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପାଇଁ ପ୍ରେସମିଟ କଲି ବୋଲି ପ୍ରଶ୍ନ କରିବାର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ