ଅଧିକ ମୂଲ୍ୟରେ ବିଦେଶୀ ମଦ ବିକ୍ରି ବିରୁଦ୍ଧରେ ଅଭିଯୋଗ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାରେ ରହିଥିବା ବିଭିନ୍ନ ବିଦେଶୀ ମଦ ଦୋକାନରେ ଧାର୍ଯ୍ୟ ଦରଠାରୁ ଅଧିକ ମୂଲ୍ୟରେ ବିକ୍ରି କରାଯାଉଛି | ଗ୍ରାହକ ବିଲ୍ ମାଗିଲେ ନିଆଯାଉନାହିଁ। ଯଦି ବା କିଛି ଗ୍ରାହକଙ୍କୁ ବିଲ୍ ଦିଆଯାଉଛି ସେଥ୍‌ରେ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକା ପଇସା ନିଆଯାଉଛି। କିନ୍ତୁ ନିଆ ଯାଉଥିବା ଟଙ୍କାକୁ ବିଲରେ ଲେଖା ଯାଉନାହିଁ. ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମଦ ଦୋକାନ ଗୁଡିକରେ ଧାର୍ଯ୍ୟ ଦର ଠାରୁ ଯେତିକି ଅଧିକ ଟଙ୍କା ନେଉଛନ୍ତି ଜିଲ୍ଲାର କାଶୀନଗର, ଗୁମ୍ମା, ଗୋଷଣୀ, ରାୟଗଡ, ନୂଆଗଡ ଆର. ଉଦୟଗିରି, ମୋହନା ଆଦି ବ୍ଲକ ଅଞ୍ଚଳରେରହିଥିବା ବିଦେଶୀ ମଦ ଦୋକାନ ଗୁଡିକରେ ସେମାନଙ୍କ ଇଚ୍ଛା ମୁତାବକ ଅଧିକ ଟଙ୍କା ନିଆ ଯାଉଛି ବୋଲି ବହୁ ଲୋକ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି ଯେ ସମଗ୍ର ଗଜପତି ଜିଲ୍ଲାରେ ନକଲି ୨ ନଂ ବିଦେଶୀ ମଦର ଅବାଧ ବିକ୍ରି ଚାଲିଛି. ଏହି ନକଲି ବିଦେଶୀ ମଦ ପାନ କରି ଲୋକେ ବିଭିନ୍ନ ରୋଗରେ ପୀଡିତ ହେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି. ପାରଳାଖେମୁଣ୍ଡି ସହରରେ ଅଧିକ ଦରରେ ବିଦେଶୀ ମଦ ବିକ୍ରି ନେଇ ଆଇନଜୀବୀ ପ୍ରଶାନ୍ତ କୁମାର ପ୍ରଧାନଙ୍କ ନେତୃତ୍ବରେ ବହୁ ସଂଖ୍ୟକ ଲୋକ ଜିଲ୍ଲା ଅବକକାରୀ ବିଭାଗ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଛନ୍ତି. ଅବକାରୀ ଅଧୀକ୍ଷକଙ୍କ ଅନୁପସ୍ଥିତିରେ ଦାୟିତ୍ବରେ ଥୂବ ଥୂବା ସେହି ବିଭାଗର ଜଣେ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି | ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି ଯେ । ମଦର ସରକାରୀ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକା ଟଙ୍କାରେ ବିକ୍ରି କରାଯାଉଛି. ଯଦି କୌଣସି ଲୋକ ଏହାର ପ୍ରତିବାଦ କରନ୍ତି ଦୋକାନୀ ଧମକ ଚମକ ଦେଉଛନ୍ତି। ଅପରପକ୍ଷରେ ବିଲ୍ ନ ଦେବା ଦ୍ବାରା ସରକାରଙ୍କ ବ୍ୟାପକ ରାଜସ୍ବହାନୀ ଘଟୁଛି। ବିଲ୍ ଦେଉ ନଥିବା ଏବଂ ଧାର୍ଯ୍ୟ ଦର ଠାରୁ ଅଧିକା ମୂଲ୍ୟ ନେଉଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିବା ଜଣା ଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ