ଠକେଇ ମାମଲାରେ ରା.ଉଦୟଗିରି ଥାନାରେ ୮ ମାମଲା ରୁଜୁ ହେଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଆଦିବାସୀ ମାନଙ୍କ ସରଳତାର ସୁଯୋଗ ନେଇ ବିଭିନ୍ନ ଋଣ କରେଇ ଦେବା ନାମରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଠକଙ୍କ ବିରୋଧରେ ରା. ଉଦୟଗିରି ଥାନାରେ 8 ଗୋଟି ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ରା.ଉଦୟଗିରି ଓ ନୂଆଗଡ ବ୍ଳକର ବିଭିନ୍ନ ଅଞ୍ଚଳର ନିରୀହ ଆଦିବାସୀଙ୍କ ଠାରୁ ଠକେଇ ହେଉଥିବା ନେଇ ରା.ଉଦୟଗିରି ଥାନାରେ ଏତଲା ସଂଖ୍ୟା ବଢିବାରେ ଲାଗିଛି। ଗତ ୮ତାରିଖ ନୂଆଗଡ ବ୍ଳକ ପରିମଳ ପଞ୍ଚାୟତ ଲଥର ଗ୍ରାମର ୮ଜଣ ଆଦିବାସୀ ମହିଳା ଓ ପୁରୁଷ ରା.ଉଦୟଗିରି ଥାନାରେ ପୁଣି ଲକ୍ଷାଧିକ ଟଙ୍କାର ଠକେଇ ହୋଇଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି। ଗ୍ରାମର ପରମଣି ରଇତ, ସୁମନାଥ ରଇତ, ସୁରଥ ଦଳବେହେରା, ଜିଶାୟ ରଇତ, ମିଖାଏଲ ଗମାଙ୍ଗ, ଆରତ ଦଳବେହେରା, ଜୋସେଫ ଗମାଙ୍ଗ, ବିଶ୍ଵନାଥ ମଣ୍ଡଳ ପ୍ରମୁଖ ଥାନାରେ ଅଭିଯୋଗ କରିଥିବା ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି ଯେ, ପରମଣି ରଇତଙ୍କ ଠାରୁ ବ୍ୟକ୍ତିଗତ ଜମିରେ ଜିଓ ଟାୱାର ବସିଲେ ମାସିକ ୧୦ ହଜାର ଟଙ୍କା ମିଳିବ ବୋଲି ତାଙ୍କ ଠାରୁ ୯୧ହଜାର ଟଙ୍କାଠକି ନେଇଛନ୍ତି ଅଭିଯୁକ୍ତ ସେହିଭଳି ଗୁହାଳ ପାଇଁ ସରକାର ଦେଢଲକ୍ଷ ଦେବେ ବୋଲି ପ୍ରତ୍ୟେକଙ୍କ ଠାରୁ ୭ହଜାର ଠକି ନେଇଛନ୍ତି। ଝିଅ ବାହାଘର ପାଇଁ ୫ଲକ୍ଷ ଟଙ୍କା ଋଣ କରାଇଦେବା ବାବଦକୁ ୪୦ହଜାର ଟଙ୍କା ମଧ୍ୟ ଠକି ନେଇଛନ୍ତି। ଯୋଶେଫ ଗମାଙ୍ଗ ଗୁହାଳ ପାଇଁ ସରକାରୀ ତାଲିକାରେ ଯୋଗ୍ୟ ଥାଇ ମଧ୍ୟ ଠକ ହାବୁଡ଼ରେ ପଡିଛନ୍ତି | ପ୍ରେମିକା ଗମାଙ୍ଗଙ୍କ ଠାରୁ ମଧ୍ୟ ଗୁହାଳ ପାଇଁ ଠକି ନେଇଛନ୍ତି ୭ହଜାର ଟଙ୍କା| ୩ବର୍ଷ ହେଲାଣି ଏଭଳି ଠକେଇ କରି ଆଦିବାସୀଙ୍କୁ ଶୋଷଣ କରୁଥିବା ବ୍ୟକ୍ତିକୁ ଟଙ୍କା ମାଗିବା ପାଇଁ ଗଲେ ବିଭିନ୍ନ ଧମକଚମକ ଦେଉଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି । ଲଥର ଗ୍ରାମର ପରମଣି ରଇତ ଟଙ୍କା ଦେବା ସମୟରେ ପ୍ରମାଣ ପାଇଁ ଠକ ସହ ଏକ ଫଟୋ ମଧ୍ୟ ଉଠାଇଥିଲେ । ଯାହା ପୁଲିସକୁ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଜୁନ ୨୮ତାରିଖ ଦିନ ପ୍ରକଳ୍ପ କରାଇ ଦେବା ନାମରେ ଆଦିବାସୀଙ୍କ ଠାରୁ ଲକ୍ଷାଧିକ ଠକେଇ ଅଭିଯୋଗ କରି ଛେଳିଗଡର ସମ୍ପଦ କୁମାର ନାୟକଙ୍କ ସମେତ ଏକାଧିକ ବ୍ୟକ୍ତି ରା.ଉଦୟଗିରି ଥାନାରେ ଅଭିଯୋଗ ଦେଇଛନ୍ତି । ଅଭିଯୋଗ ପାଇ ପୁଲିସ ଅଭିଯୁକ୍ତ କାଳୀପ୍ରସାଦ ପ୍ରଧାନ ବିରୋଧରେ କେସ ନମ୍ବର ୧୦୨/୨୪ରେ ଆଇପିସି ଦଫା ୪୨୦, ୨୯୪, ୫୦୬, ୩୨୩ ଓ ଆଦିବାସୀଙ୍କୁ ଜାତିଆଣ ଆକ୍ଷେପ ମାମଲା ରୁଜୁ କରିଛି। ଅଭିଯୁକ୍ତଙ୍କୁ କାଳୀପ୍ରସାଦ ପ୍ରଧାନଙ୍କୁ ଉପଯୁକ୍ତ ଦଣ୍ଡବିଧାନ କରିବା ସହ ତୁରନ୍ତ ସମସ୍ତ ଟଙ୍କା ଫେରସ୍ତ ପାଇଁ ଠକେଇର ଶିକାର ହୋଇଥିବା ସମସ୍ତ ପୀଡିତ ଏବେ ପ୍ରଶାସନକୁ ଗୁହାରି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ