କୁର୍ମି କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ବୈଠକ

ଭଞ୍ଜନଗର,(ସନ୍ତୋଷ ଜେନା):ନିଖିଳ ଉତ୍କଳ କୂର୍ମି କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ବୈଠକ ବାଉଁଶଲୁଣ୍ଡି ଠାରେ ଅନୁଷ୍ଟିତ ହୋଇଯାଇଛି। ବୈଠକରେ ନବ ନିର୍ବାଚିତ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିସହ ବିଭିନ୍ନ ଅଞ୍ଚଳ ପକ୍ଷରୁ ମଧ୍ୟ ବିଧାୟକଙ୍କୁ ସମ୍ବର୍ଧନା ଦିଆଯାଇଥିଲା।ବିଧାୟକ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ କୁର୍ମୀ କ୍ଷତ୍ରିୟ ସଂସ୍ଥାର
ବିକାଶ ପାଇଁ ଯାହାକିଛି ସହଯୋଗ ଲୋଡ଼ା ତାହା ଆଗାମୀ ଦିନରେ ଯୋଗାଇ ଦେବି। କୂଳର ଯୁବ ପ୍ରତିଭା ମାନକୁ ଆଗାମୀ ବାରୁଡ଼ା ଅଧିବେଶନରେ ସମ୍ବର୍ଦ୍ଧିତ କରାଯିବ। ଦଳୀୟ ଚିନ୍ତାଧାରାରୁ ଉର୍ଦ୍ଧରେ ରହି କୂଳର ଉନ୍ନତି ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ନାୟକ ଉପସ୍ଥିତ କର୍ମକର୍ତ୍ତା ମାନଙ୍କୁ ଆହ୍ବାନ କରିଥିଲେ। ୧୫ଟି ଅଞ୍ଚଳର ସଭାପତି, ସମ୍ପାଦକ ସହ ପ୍ରଦେଶ ସଦସ୍ୟ ମାନେ ଯୋଗଦେଇ ଥିଲେ।ଆଜିରେ ବୈଠକରେ ଉପ ସଭାପତି କଂଗ୍ରେସ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ବିଶ୍ଵନାଥ ରାଉତ ବିବରଣୀ ପଠନ କରିବା ସହ ସଭାକୁ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସଙ୍ଗଠନ ସମ୍ପାଦକ ଭବାନୀ ଶଙ୍କର ପ୍ରଧାନ, ସହ ସମ୍ପାଦକ ପ୍ରଶାନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ବିପିନ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇ କୂଳର ବିକାଶ କିଭଳି ହେବ ସେ ନେଇ କହିଥିଲେ। ବୈଠକରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା କର୍ମକର୍ତ୍ତା ଯୋଗ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପ୍ରଦେଶ ର ସଭାପତି କଂଗ୍ରେସ ପ୍ରଧାନ, ସମ୍ପାଦକ ବିଶ୍ୱନାଥ ରାଉତ, ସହ ସମ୍ପାଦକ ପ୍ରଶାନ୍ତ କୁମାର ସାହୁ, ରାଷ୍ଟ୍ରୀୟ ସଦସ୍ୟ ଗଙ୍ଗାଧର ନାୟକ,ରାଷ୍ଟ୍ରୀୟ ସଚିବ ନେତାଜୀ ବିଶୋଇ ଯୋଗଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଭଞ୍ଜ କିଶୋର ପ୍ରଧାନ,ଦଣ୍ଡପାଣି ପ୍ରଧାନ, ମନୋଜ ପ୍ରଧାନ, ଦିବାକର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ