ସନ୍ଥ ଅରକ୍ଷିତ ଦାସ ଙ୍କ ଜନ୍ମୋତ୍ସବ ପାଳିତ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲା ବଡ଼ଖେମୁଣ୍ଡି ରାଜପୁତ୍ର ସନ୍ଥ ଅରକ୍ଷିତ ଦାସ ଙ୍କ ଜନ୍ମୋତ୍ସବ ବୁଧବାର ଦିଗପହଣ୍ଡି ସ୍ଥିତ ଘୋଡ଼ାହାଡ଼ ଡ଼୍ୟାମ ଛକ ରେ ଥିବା ତାଙ୍କ ପ୍ରତିମୂର୍ତ୍ତି ନିକଟରେ ପାଳିତ ହୋଇ ଯାଇଛି। ପ୍ରତିମୂର୍ତ୍ତି ନିକଟରେ ଅଞ୍ଚଳ ର ବହୁ ସଂଖ୍ୟକ ସନ୍ଥ ଅରକ୍ଷିତ ଙ୍କ ଭକ୍ତ ଯୋଗ ଦେଇଥିଲେ। ଭଜନ ପ୍ରବଚନ ସହିତ ସନ୍ଥ ଙ୍କ ରଚିତ ବିଭିନ୍ନ ଗ୍ରନ୍ଥ ଓ ତାଙ୍କ ଜୀବନୀ ଆଦର୍ଶ ସମ୍ପର୍କରେ ଆଲୋଚନା କରାଯାଇଥିଲା। ତତ୍କାଳୀନ ଖେମୁଣ୍ଡି ଗଡଜାତ ବିଜୟ ନଗର ଗଡ଼ ଠାରେ ଗଙ୍ଗ ରାଜବଂଶ ରେ ସନ୍ଥ ଅରକ୍ଷିତ ଦାସ ପବିତ୍ର ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଜନ୍ମଗ୍ରହଣ କରିଥିଲେ। ଅବିଭକ୍ତ କଟକ ଜିଲ୍ଲା ର ଓଳାଶୁଣୀ ପାହାଡ଼ ରେ ସେ ଆଶ୍ରମ ଗାଦି ସ୍ଥାପନ କରି ସମଗ୍ର ବିଶ୍ୱର ମାନବ ଙ୍କୁ ସାମ୍ୟ ଦର୍ଶନ ର ବାର୍ତ୍ତା ପ୍ରଚାର କରିଥିଲେ।ଜନ୍ମୋତ୍ସବ ରେ ମିଲନ ପାଣିଗ୍ରାହୀ,ମୁନା ବିଷୋୟୀ, ନୀଳକଣ୍ଠ ପଟ୍ଟନାୟକ , ପୂର୍ବତନ କାଉନସିଲର ନିରୁପମା ପଟ୍ଟନାୟକ, ଡ. ପ୍ରଫୁଲ୍ଲ ପ୍ରଧାନ, ତ୍ରିଲୋଚନ ସାହୁ,କାଳିଆ ଦୋରା,ରାମ ଦାସ ପ୍ରମୁଖ ଭକ୍ତ ମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସର ରେ ସନ୍ଥ ଅରକ୍ଷିତ ଙ୍କ ମଙ୍ଗଳ ସ୍ନାନ, ନୂତନ ବସ୍ତ୍ର ଲାଗି, ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।


