ଜାଗୃତି ଗୃହରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନାରେ ଥିବା ଜାଗୃତି ମହିଳା ସହାୟତା କେନ୍ଦ୍ର ଗୃହରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ । ମୃତ ଯୁବତୀ ଜଣକ ହେଲେ ଆର.ଉଦୟଗିରି ଥାନା ପାରିବେଟା ଗାଁର ସୁନାଲି ଗମାଙ୍ଗ (୧୯) । କିଭଳି ଓ କେଉଁ ପରିସ୍ଥିତିରେ ଯୁବତୀଙ୍କ ମୃତ୍ୟୁ ଘଟିଲା ତାହା ସନ୍ଦେହଜନକ ରହିଛି | ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ କରୁଥିବା ଥାନା ଅଧିକାରୀ ବସନ୍ତ ସେଠୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତିଯେ, ପାରିବେଟା ଗାଁର ସୁନାଲି ସୋମବାର ସନ୍ଧ୍ୟାରେ ପାରଳାଖେମୁଣ୍ଡି ବସଷ୍ଟାଣ୍ଡରେ ଅସହାୟ ଅବସ୍ଥାରେ ବୁଲୁଥିଲା । ପାରଳାଖେମୁଣ୍ଡି ଥାନା ପୁଲିସ୍ ତାକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମଙ୍ଗଳବାର ସକାଳେ ମୋହନା ସ୍ଥିତ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିଭାଗ ଦ୍ଵାରା ପରିଚାଳିତ ଅସହାୟ ମହିଳାଙ୍କୁ ସୁରକ୍ଷିତ ରହିବା ପାଇଁ ଥ‌ିବା ଜାଗୃତି ଗୃହରେ ଆଣି ଛାଡିଥିଲେ ପାରଳାଖେମୁଣ୍ଡି ପୁଲିସ । ତେବେ ବୁଧବାର ସନ୍ଧ୍ୟା ପ୍ରାୟ ସାଢେ ୭ ଟାରେ ସୁନାଲି ଗମାଙ୍ଗ ବାଥ୍ ରୁମ ଯାଇଥିଲେ । କିଛି ସମୟ ପରେ ସେହି ଗୃହରେ ଥିବା ଆଉ ଜଣେ ଝିଅ ବାଥ୍ ରୁମକୁ ଯାଇଥିଲା । ତେବେ ବାଥ୍ ରୁମରେ ଏକ ଯାଇଥିବା ସୁନାଲିକୁ ଝୁଲନ୍ତା ଅବସ୍ଥାରେ ଦେଖି ସଂସ୍ଥା ଦାୟିତ୍ବରେ ଥିବା ପରିଚାଳକଙ୍କୁ କହିଥିଲେ । ସଂସ୍ଥା ପରିଚାଳକ ମୋହନା ପୁଲିସକୁ ଜଣାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି । ତେବେ କେଉଁ ପରିସ୍ଥିତିରେ ଯୁବତୀ ଜଣକ ମୃତ୍ୟୁ ଘଟିଲା ତାହା ଏବେ ସନ୍ଦେହ ଘେରରେ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ