ଭଗବାନ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବାଲେଶ୍ୱର, (ସରୋଜ ପଣ୍ଡା):ସଦର ବ୍ଲକ୍ ଅଧିନସ୍ଥ କଷାଫଳର ଭଗବାନ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଭୀମଚରଣ ସାହୁଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ନିନୀ ମାଝୀଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଶିକ୍ଷାବିତ୍ ନିତ୍ୟାନନ୍ଦ ବେହେରା ଯୋଗଦେଇ ବିଦାୟୀ ଶିକ୍ଷକ ଭୀମଚରଣ ସାହୁଙ୍କ ଗୁଣାତ୍ମକ ଶିକ୍ଷାଦାନ ସାଙ୍ଗକୁ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀଙ୍କ ସମେତ ପରିଚାଳନା କମିଟି ସହ ସମନ୍ୱୟ ରକ୍ଷାକରି ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଛିନ୍ତି ବୋଲି କହିଥିଲେ । ମୁଖ୍ୟବକ୍ତା ଅବସରପ୍ରାପ୍ତ ଅଧ୍ୟାପକ ଯତୀନ୍ଦ୍ର ନାଥ ପରିଡ଼ା ଓ ସମାଜସେବୀ ଗୋପୀକୃଷ୍ଣ ମହାନ୍ତି ଓ ବାଲେଶ୍ୱର ପୌର ପରିଷଦ ସଦସ୍ୟ ତଥା ସମାଜସେବୀ ଦେବାଶିଷ ସିଂହ, ଗ୍ରାମର ବରିଷ୍ଠ ନାଗରିକ ଗୁରୁପଦ ପାତ୍ର, ଅବସରପ୍ରାପ୍ତ ସେନା କର୍ମଚାରୀ ପର୍ଶୁରାମ ସାହୁ, ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ମିନାକୁମାରୀ ଦାସ, ସି.ଆର.ସି.ସି. ମଧୁସୂଦନ ମାଝୀ, ଶଚୀନ୍ଦ୍ର ନାଥ ପୁଷ୍ଟି ସମ୍ମାନିତ ଅତିଥିଭାବେ ଯୋଗଦେଇ ଶ୍ରୀ ସାହୁଙ୍କୁ ଜଣେ ଆଦର୍ଶ ଶିକ୍ଷକ ଭାବେ ଅଭିହିତ କରିଥିଲେ । ଅତିଥିମାନେ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟର କ୍ରୀଡ଼ାଶିକ୍ଷକ ନିରଞ୍ଜନ ପାତ୍ର ଅତିଥି ପରିଚୟ ପ୍ରଦନା ଓ ମଞ୍ଚ ପରିଚାଳନା କରିଥିଲେ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ଅଭିଭାବକ ଉପସ୍ଥିତ ରହି ଭୀମ ସାର୍‌ଙ୍କର ସ୍ମୃତି ସବୁଦିନ ମନେ ରହିବ ବୋଲି କହିଥିଲେ ଏବଂ ଶେଷରେ ଶିକ୍ଷକ ନିରଞ୍ଜନ ମାଝୀ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ