ରାଷ୍ଟ୍ରବାଦି ସଂଗଠନ ଭାରତ ବିକାଶ ପରିଷଦର ତୁଳସୀକ୍ଷେତ୍ର ଶାଖା ଗଠନ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ରାଷ୍ଟ୍ରବାଦି ସଂଗଠନ ଭାରତ ବିକାଶ ପରିଷଦର ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ଶାଖା ସ୍ଥାପନର ଏକ ପ୍ରସ୍ତୁତି ବୈଠକ ସଂଯୋଜକ ପ୍ରମୋଦ କୁମାର ଧଳଙ୍କ ସଂଯୋଜନା ଏବଂ ଓଡ଼ିଶା ପୂର୍ବ ପ୍ରାନ୍ତର ସଭାପତି ସତ୍ୟବାଦୀ ଦାସଙ୍କ ସଭାପତିତ୍ୱରେ ଗୋପଛକସ୍ଥିତ କମଲଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରାନ୍ତ ମହାସଚିବ ସୌମେନ୍ଦ୍ର ଦାସ ଯୋଗଦେଇ ସଂଗଠନର ସଂରଚନା, ବିସ୍ତାର, ଉଦ୍ଦେଶ୍ୟ ଏବଂ ଉପଲବ୍ଧି ସମ୍ପର୍କରେ ସୂଚନା ଦେବା ସହ ସମାଜର ସମୃଦ୍ଧ ଶ୍ରେଣୀର ବ୍ୟକ୍ତି ମାନଙ୍କୁ ଏକତ୍ରିତ କରି ବଞ୍ଚିତ ବର୍ଗର ବ୍ୟକ୍ତିମାନଙ୍କ ସେବା କରିବା ପାଇଁ ଭାରତ ବିକାଶ ପରିଷଦ ତୁଳସୀକ୍ଷେତ୍ର ଶାଖା କେନ୍ଦ୍ରାପଡ଼ା ଗଠନର ଲକ୍ଷ ସମ୍ପର୍କରେ ଉପସ୍ଥିତ ବୁଦ୍ଧିଜୀବୀ ମାନଙ୍କୁ ଧାରଣ ପ୍ରଦାନ କରିଥିଲେ । ବୈଠକରେ ପଣ୍ଡିତ ହୃଷୀକେଶ ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତୀୟ ସଂସ୍କୃତି, ପରମ୍ପରା ଓ ସଂସ୍କାର ସମ୍ବନ୍ଧରେ ସମବେତ କେନ୍ଦ୍ରାପଡ଼ାର ସମୃଦ୍ଧ ଓ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ଏହି ବୈଠକର ସୁପରିଚାଳନାରେ ଭୁବନ ମୋହନ ଜେନା, ସରୋଜ କୁମାର ମହାନ୍ତି, ମାତୃଦତ୍ତ ମହାନ୍ତି, ସଞ୍ଜୟ କୁମାର ପତ୍ରୀ, ଅପର୍ଣ୍ଣା ମହାନ୍ତି, ନବଜ୍ୟୋତି ରାୟ, ଅତୁଲ ବଳ, ତପନ କୁମାର ପତି, ବୈକୁଣ୍ଠ ନାଥ ପରିଡ଼ା, ଡ. ସର୍ବେଶ୍ୱର ସେଣ, କପିଳ ଶତପଥୀ, ରବି ନାରାୟଣ ପତି, ଜଗନ୍ନାଥ ଧଳ, ଚିତ୍ତରଞ୍ଜନ ଦାସ, ଗୁରୁଚରଣ ସେଠୀ, ରଜନୀ କାନ୍ତ ଦାସ, ଭକ୍ତକବି ଦାସ, ଶୃତିକାନ୍ତ ପଣ୍ଡିତ୍ରା, ହରିଶଙ୍କର ସାହୁ, ସରୋଜ ସାହୁ, ପ୍ରମୋଦ ଦାସ, ପ୍ରସନ୍ନ ପରିଡା, ଗୋଲଖ ବେହେରା, ବିବେକାନନ୍ଦ ମହାରଣା, କରୁଣାକର ସାହୁ ପ୍ରମୁଖ ଉପସ୍ଥିତ ରହି ଶାଖାକୁ କିପରି ଆଗକୁ ବଢାଯିବ ସେ ସମ୍ପର୍କରେ ମତ ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ