ହାଟଡିହି ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଶିଶିର କୁମାର କର ବୁଧବାର ଦିନ କର୍ମମୟ ଶିକ୍ଷକତା ଜୀବନରୁ ଅବସର ନେଇଛନ୍ତି। ଏଥିପାଇଁ ବିଦ୍ୟାଳୟ ତରଫରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରଯାଇଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ପରମାନନ୍ଦ ପରିଡ଼ା, ପ୍ରମୋଦ କୁମାର ବେହେରା, ମାନସ କୁମାର ନାୟକ, ଜ୍ୟୋତିପ୍ରକାଶ ବେହେରା, ସରୋଜ କୁମାର ବେହେରା, କବି ପ୍ରସାଦ ରାଉତ, ହରିପଦ ଭଟ୍ଟ ପ୍ରମୁଖଙ୍କ ସହ ଶିକ୍ଷୟିତ୍ରୀ ମାନସୀ ସାହୁ, ତୃପ୍ତିମୟୀ ଜେନା, ଲୀଳାବତୀ ଜେନା, ଅନିତା ବେହେରା, ନିବେଦିତା ସିଂ, ସାଇସୌମ୍ୟା ରାଉଳ ପ୍ରମୁଖଙ୍କ ସହ ବିଦ୍ୟାଳୟର କର୍ମଚାରୀ ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶ୍ରୀଯୁକ୍ତ କର ତାଙ୍କ ଶିକ୍ଷକତା ଜୀବନରେ ଛାତ୍ରଛାତ୍ରୀ ମାନଙ୍କୁ ସବୁବେଳେ ସତ ମାର୍ଗରେ ଯିବାକୁ ପ୍ରେରଣା ଦେଇ ଆସୁଥିଲେ। ସେମାନେ ଜଣେ ଜଣେ ଉତ୍ତମ ଚରିତ୍ରବାନ ମଣିଷ ହୋଇ ସମାଜରେ କିପରି ଗଢ଼ି ଉଠିବେ ସେଥିପାଇଁ ନିଜକୁ ଉତ୍ସର୍ଗୀକୃତ କରିଥିଲେ। ତାଙ୍କ ଶିକ୍ଷକତା ଜୀବନରେ ଅନେକ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗରେ ଉଚ୍ଚ ପଦପଦବୀ ରେ ଅବସ୍ଥାପିତ ଥିବା ବେଳେ ଅନେକ ସଫଳ ବ୍ୟବସାୟୀ ହୋଇ ପାରିଛନ୍ତି। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ କରଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତୋରୀୟ, ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଶିକ୍ଷକ ପରମାନଦ ପରିଡ଼ା ପରିଚାଳନା କରିଥିଲା ବେଳେ ବିଦ୍ୟାଳୟର ଅନ୍ୟ କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ। ଶେଷରେ କ୍ରୀଡ଼ା ଶିକ୍ଷକ ପ୍ରମୋଦ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ