ବିଶ୍ଵ ସନାତନ ଧର୍ମ ସେବା ଟ୍ରଷ୍ଟ ତରଫରୁ ଖାଦ୍ୟ ବସ୍ତ୍ର ବିତରଣ
ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ଗ୍ରମରେ ସୁଧର୍ମା ମହାସଂଘ ମା’ତାରିଣୀ ମଣ୍ଡଳ ଓ ବିଶ୍ଵ ସନାତନ ଧର୍ମ ସେବା ଟ୍ରଷ୍ଟ ତରଫରୁ ଏକ ମାଗଣା ଖାଦ୍ୟ ଓ ବସ୍ତ୍ର ବିତରଣ ଉତ୍ସବ ପାଲିତ ହୋଇଯାଇଛି। ଏଥିରେ ଅସହାୟ ବୃଦ୍ଧ, ବୃଦ୍ଧା, ଶାରୀରିକ ଅକ୍ଷମ, ଦାରିଦ୍ର୍ୟ ସୀମାରେଖା ତଳେଥିବା ପୁରୁଷ, ମହିଳା , ଅଳ୍ପ ବୟସର ଝିଅ ଓ ପୁଅ ମାନଙ୍କୁ ମାଗଣାରେ ଧୋତି, ଶାଢ଼ୀ , ଗାମୁଛା , ପୋଷାକ , ପ୍ୟାଣ୍ଟ୍, ସାର୍ଟ ଆଦି ବଣ୍ଟନ କରଯାଇଥିଲା। ଏଥିରେ ଶାଳଣିଆ ,ସଡ଼ଙ୍ଗ , ଡଅଁର ,ଗେଡମା ,ହାବଳେଶ୍ଵର ଆଇତିପୁର ଆଦି ପଞ୍ଚାୟତ ସମେତ ଘଷିପୁରା , କେଶଦୁରାପାଳ, ଘଟଗାଁ, ଯାଜପୁର ଜିଲ୍ଳାର ବୈତରଣୀ ରୋଡରୁ ଶହ ଶହ ଲୋକ ଯୋଗ ଦେଇଥିଲେ । ବିଶ୍ଵ ସନାତନ ଧର୍ମ ସେବା ଟ୍ରଷ୍ଟ ମୁଖ୍ୟ ପରିଚାଳକ ଅଧ୍ୟକ୍ଷ ପଣ୍ଡିତ କାଶିନାଥ ମିଶ୍ର , ସଭ୍ୟା ଶ୍ରୀମତୀ ତପସ୍ଵିନୀ ମିଶ୍ର , ସୁଧର୍ମା ମହାମହା ସଂଘର ଅଧ୍ୟକ୍ଷ ପାଣ୍ଡବ କୁମାର ପରିଡ଼ା ଓ ମାଆ ତାରିଣୀ ମଣ୍ଡଳର ଅଧ୍ୟକ୍ଷ ରଘୁନାଥ ଦ୍ଵିବେଦୀଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ଆସିଥିବା ଭକ୍ତବୃନ୍ଦଙ୍କ ଉପସ୍ଥିତିରେ କାର୍ଯ୍ୟ ସଂପାଦନ ହୋଇଥିଲା।


