ନିଯୁକ୍ତିଭିତ୍ତିକ ଚୁକ୍ତି ସ୍ବାକ୍ଷର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପ୍ରଶାସନ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ବିଭାଗ ଓ ଆଦିତ୍ୟ ଏଜୁକେସନାଲ ସୋସାଇଟି ପକ୍ଷରୁ ଗଜପତି ଜିଲ୍ଲାର ୯୦ ଜଣ ଯୁବକ ଯୁବତୀଙ୍କୁ ଆସୋସେଟ ଷ୍ଟୋର ଫାର୍ମାସୀ ବିଷୟରେ ନିଯୁକ୍ତି ଭିଭିକ ତାଲିମ୍ ପାଇଁ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଉପସ୍ଥିତିରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏଥ୍‌ରେ ଜିଲ୍ଲାର ପ୍ରାୟ ୯୦ ଜଣ ଯୁକ୍ତ ଦୁଇ ବିଜ୍ଞାନ ପାସ କିମ୍ବା ଫେଲ୍ ହୋଇଥିବା। ହାଇଥିବା ଯୁବକ ଯୁବତୀଙ୍କୁ ମାଗଣା ଆବାସିକ ତାଲିମ୍ ଓ ଚାକିରି ଯୋଗାଇ ଦିଆଯିବ ଯିବ | ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ସୌଭାଗ୍ୟ ଧୂକାରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରୀପାଠୀ ଓ ଶ୍ରୀକାକୁଲମସ୍ଥ ଆଦିତ୍ୟ ଏଜୁକେଶନାଲ ସୋସାଇଟି ଇଟିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନାଗେଶ୍ବର ରାଓ ଚୁକ୍ତି ସ୍ବାକ୍ଷର କରିଥିଲେ। ଏହି ନିଯୁକ୍ତି ଭିଭିକ ଏକ ସ୍ବଳ୍ପ ମିଆଦୀ ତାଲିମ୍ ଶ୍ରୀକାକୁଲମନ୍ଦି ଜେମ୍ସ ହସ୍ପିଟାଲ୍ କ୍ୟାମ୍ପସରେ ଅନୁଷ୍ଠିତ ହେବ । ଜିଲ୍ଲାର ଇଚ୍ଛୁକ ଯୁବକଯୁବତୀ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ସହ ଯୋଗାଯୋଗ କରିପାରିବେ ପାରିବେ । ଏହି ଅବସରରେ ଦକ୍ଷତା ବିକାଶ ଓ ନିୟୋଜନ ଅଧୂକାରୀ ଶିବାଶିଷ ସାହୁ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ