ଗୋଷାଣୀ ବ୍ଲକରେ ପାଣି ଟ୍ୟାଙ୍କ ଶୁଭ ଦେଲେ ବିଧାୟକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣୀ ବ୍ଲକରେ ପାଣି ଟ୍ୟାଙ୍କ ନିର୍ମାଣ ପାଇଁ ଶୁଭ ଦେଲେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ । ଉପଲଡା ପଞ୍ଚାୟତର ଚନ୍ଦନ ଖୋଲାରେ ପାଣି ଟ୍ୟାଙ୍କ ନିର୍ମାଣର ଶୁଭ ଦେଲେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ. ଏହି ପାଣି ଟ୍ୟାଙ୍କର ଅଟକଳ ମୂଲ୍ୟ ୩୦ ଲକ୍ଷ । ବୋଲି ଜଣାପଡିଛି । ଏହି ଅବସରରେ ବିଧାୟକ ଉପସ୍ଥିତ ଠିକାଦାରଙ୍କୁ ଉନ୍ନତମାନର ନିର୍ମାଣ କାର୍ଯ୍ୟ କରିବା ପାଇଁ ଆଦେଶ ଦେଇଛନ୍ତି. ତଥା ଉପସ୍ଥିତ ଜନ ପ୍ରତିନିଧ୍ ମାନଙ୍କୁ ନିୟମିତ କାମର ତଦାରଖ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗୋଷାଣୀ ବ୍ଲକ ଅଧ୍ଯକ୍ଷ ଏନ୍ ବୀରରାଜୁ, ଜିଲ୍ଲା ପରିଷଦ ସଭ୍ୟ ବାଲରାଜୁ, ସରପଞ୍ଚ, ସମିତି ସଭ୍ୟ, ସହାୟକ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।


