ହର ଘର ତ୍ରିରଙ୍ଗାରେ ବିରାଟ ବାଇକ ଶୋଭାଯାତ୍ରା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ବାଲିଗୁଡା ଗ୍ରାମୀଣ ମଣ୍ଡଳ ପକ୍ଷରୁ ପୂର୍ବତନ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ବିରେନ୍ଦ୍ର କୁମାର ସାହୁ ଙ୍କ ନେତୃତ୍ବରେ ହର ଘର ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଏହି ଶୋଭାଯାତ୍ରା ରେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ଯୋଗ ଦେଇଥିବା ବେଳେ ବାରଖମା ଗ୍ରାମୀଣ ମଣ୍ଡଳ ର ରେବିଙ୍ଗିଆ ,ସଲାଗୁଡା,ସୁଡ୍ରା ,କୁଟିକିଆ,ସିନ୍ଦ୍ରିଗାଁ ଓ ବୁଦ୍ରୁକିଆ ପଞ୍ଚାୟତ,ବାଲିଗୁଡା ନଗର ଓ କ. ନୂଆଗାଁ ମଣ୍ଡଳ ର ଶହ ଶହ ଯୁବକ ନିଜ ନିଜ ବାଇକ ରେ ଜାତୀୟ ପତାକା ଧରି ଶୋଭାଯାତ୍ରା ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରା ବାରଖମା ଠାରୁ ବାହାରିବା ପରେ ବାଲିଗୁଡା ସହର ପରିକ୍ରମା କରି ମହାସିଙ୍ଗି ଓ କ. ନୂଆଗାଁ ଓ ପୁରୁଣା କ. ନୂଆଗାଁ ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରା ରେ ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଅଭୟ ପାତ୍ର ,ଦିଗାମ୍ବର ପାଣିଗ୍ରାହୀ ,ରଞ୍ଜିତ ଚୌଧୁରୀ ,ଦିଜବର ମଲ୍ଲିକ ,ଶଙ୍କର ମଲ୍ଲିକ ,ଯୁଧିଷ୍ଟିର ମଲ୍ଲିକ ,ସୁଶାନ୍ତ ମଲ୍ଲିକ ,ଅନ୍ତର୍ଯ୍ୟାମି ବେହେରା ,ସୁଶାନ୍ତ ସାହୁ ,ସୁମନ ଦଣ୍ଡିଆ ,ଭରତ ମଲ୍ଲିକ, ସୁରେନ୍ଦ୍ର ପାତ୍ର ,ଲାମ୍ବୁରା ପ୍ରଧାନ ,ବିସିକେଶନ ପ୍ରଧାନ ,ନିଗମା ନନ୍ଦ ପୂଜାରୀ ,ଉଦ୍ଧବ ଦିଗାଳ ସମେତ ଶତାଧିକ ଭାଜପା କର୍ମୀ ଓ ନେତା ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ