ପ୍ରେମୀ ଯୁଗଳଙ୍କର ଥାନାରେ ବାହାଘର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗସତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ କୋରୁଅ ପଂଚାୟତ ଗହିରପଡା ଗ୍ରାମର ପ୍ରତାପ ପରିଡାଙ୍କ ଝିଅ,ଘୋଡାଂଶ ପଂଚାୟତ ସଂସାଇଲୋ ଗ୍ରାମର ଅମରେଶ୍ୱର ସ୍ୱାଇଁଙ୍କ ପୁତ୍ର ସହିତ ୪ଦିନ ତଳେ ଫେରାର ହୋଇ ଯାଇଥିଲେ । ଏ ସଂକ୍ରାନ୍ତରେ ପ୍ରତାପ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବୁଧବାର ଫେରାର ଥିବା ପୁଅ ଓ ଝିଅ ଥାନାରେ ଆତ୍ମସମର୍ପଣ କରିଥିଲେ । ଉଭୟ ପୁଅ ,ଝିଅ ସାବାଳକ ହୋଇଥିବାରୁ ଉଭୟଙ୍କ ସହମତି,ପରିବାର ସଦସ୍ୟ , ଥାନାଧିକାରି ସଂଘମିତ୍ରା ନାୟକ, ଅନ୍ୟାନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ତ୍ରିନାଥ ମଣ୍ଡପ ଠାରେ ଊଭୟଙ୍କର ବିବାହ କାର୍ଯ୍ୟ ସଂପନ୍ନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ