ପୁରାତନ ଛାତ୍ର ସଂସଦ ଫକୀର ମୋହନ ମହାବିଦ୍ୟାଳୟର ବୃକ୍ଷରୋପଣ
ବାଲେଶ୍ୱର, (ସରୋଜ ପଣ୍ଡା):ପୁରାତନ ଛାତ୍ର ସଂସଦ ଫକୀରମୋହନ ମହାବିଦ୍ୟାଳୟ ତରଫରୁ ମହାବିଦ୍ୟାଳୟ ପରିସରରେ ସ୍ୱାଧୀନତା ଦିବସ ଅବସରରେ ବୃକ୍ଷରୋପଣ କରଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧକ୍ଷ ଦିଲୀପ ବୋଷ ଓ ସଂସଦର ସଭାପତି ଡା. ପ୍ରଭାତ ଚନ୍ଦ୍ର ଚୌଦ୍ୱାର ଗଛ ରୋପଣ କରି ଶୁଭାରମ୍ଭ କରିଥିଲେ । ଏହାପରେ ଉପସଭାପତି ଅନିଲ ପଟ୍ଟନାୟକ ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ମହାନ୍ତି, ସମ୍ପାଦକ ମଧୁସୂଦନ ବେହେରା, ଅମୃତାଂଶୁ ପଟ୍ଟନାୟକ, ରମାକାନ୍ତ ମହାନ୍ତି, କାର୍ଯ୍ୟକାରୀ କମିଟିର ସଭ୍ୟ ରାମପ୍ରସାଦ ପ୍ରଧାନ, ରାମ ଚନ୍ଦ୍ର ସେଠୀ, ପିତାମ୍ବର ଦାସ ଓ ଶ୍ରୀମତୀ ପ୍ରଣୀତା ମିଶ୍ର ପ୍ରଭୃତି ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷରୋପଣ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ପଡ଼ିଆ ଚାରିପଟେ ବୃକ୍ଷରୋପଣ କରାଯିବ ବୋଲି ନିଷ୍ପତ୍ତି ନିଆଗଲା ।


