ରକ୍ତଦାନର ୨୫ ବର୍ଷରେ ରକ୍ତଦାତା ସମ୍ବର୍ଦ୍ଧିତ

ବାଲେଶ୍ୱର, (ସରୋଜ ପଣ୍ଡା):ସାମାଜିକ କର୍ମର ବିଭିନ୍ନତା ମଧ୍ୟରେ ‘ରକ୍ତଦାନ’ ଏକ ମହାନକର୍ମ । ଦୀର୍ଘ ୨୫ବର୍ଷର ଅଙ୍ଗୀକୃତ ସଦର ବ୍ଲକ୍‌ସ୍ଥ ରଣସାହି ପଞ୍ଚାୟତର ସାମାଜିକ କର୍ମୀ ଅବନୀ କୁମାର ଜେନା ନିରବଚ୍ଛିନ୍ନ ଭାବରେ ଐତିହାସିକ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ, ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଏବଂ ଅପ୍ରେଲ୍ ୧ ତାରିଖ ଉତ୍କଳ ଦିବସରେ ଗଲା ୨୫ ବର୍ଷ ଧରି ରକ୍ତଦାନ କରି ଆସୁଥିବାରୁ ବାଲେଶ୍ୱରର ଜିଲ୍ଲା ପ୍ରଶାସନ ଦ୍ୱାରା ଦୃଷ୍ଟି ଆକର୍ଷଣ କରିଛନ୍ତି ।ଗତ ୨୫ବର୍ଷ ଧରି ଉପରୋକ୍ତ ୩ଟି ସ୍ମରଣୀୟ ଦିବସରେ ଶ୍ରୀ ଜେନା ରକ୍ତଦାନ କରି ଯେଉଁ କିମ୍ବଦନ୍ତୀ ସୃଷ୍ଟି କରିଛନ୍ତି ସେଥିପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଭୂୟସୀ ପ୍ରଶଂସା କରାଯାଇ ରାଜ୍ୟର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ମାନ୍ୟବର ଡା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ ସୁଶ୍ରୀ ଐଶ୍ୱର୍ଯ୍ୟା ସାମନ୍ତଙ୍କ ପୌରୋହିତ୍ୟରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂରବିକାଶ, ଆରକ୍ଷୀ ଅଧିକ୍ଷୀକା ସାଗରିକା ନାଥ, ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଏବଂ ବାଲେଶ୍ୱରରର ଲୋକପ୍ରିୟ ବିଧାୟକ ମାନସ କୁମାର ଦତ୍ତ ଉପସ୍ଥିତ ରହି ଏତାଦୃଶ ସାଧୁ ଉଦ୍ଦେଶ୍ୟକୁ ଭୁରିଭୁରି ପ୍ରଶଂସା କରିଥିଲେ ।ପ୍ରକାଶଥାଉକି, ଶ୍ରୀ ଅବନୀ କୁମାର ଜେନା ସମାଜ କଲ୍ୟାଣ ଉଦ୍ଦେଶ୍ୟରେ ନିଜକୁ ଉତ୍ସର୍ଗୀକୃତ କରିବା ସହ ‘ମୁନ୍ କମ୍ୟୁନିକେଶନ’, ‘ଚନ୍ଦ୍ରଭାଗା’, ‘ନେହେରୁ ଯୁବକେନ୍ଦ୍ର’ ଆଦି ବହୁ ଅନୁଷ୍ଠାନମାନଙ୍କ ସହ ସହଯୋଗଭିତ୍ତିକ ନିଜର ଦୈନନ୍ଦିନର କର୍ମର ଖସଡ଼ା ରୂପେ ବ୍ୟବହାର କରିଆସୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ