ଉପେନ୍ଦ୍ର ରେଡ୍ଡି୍ଙ୍କ ସ୍ମୃତିରେ ରକ୍ତଦାନ ଶିବିର
ଗଂଜାମ,(ଯୁଗାବ୍ଦ ନ୍ୟୁଜ୍): ଗଂଜାମ ଅଂଚଳର ଜଣାଶୁଣା ସ୍ୱେଚ୍ଛାସେବୀ ସଂଗଠନ ଓ ୟୁଥ ଫର୍ ଭିଲେଜ୍ ମିଳିତ ଉଦ୍ୟମରେ କେ ଉପେନ୍ଦ୍ର ରେଡ୍ଡିଙ୍କ ସ୍ମୃତିରେ ପୋଇରାଶି ଗ୍ରାମପଂଚାୟତ କାର୍ଯ୍ୟାଳୟ ରେ ଉପେନ୍ଦ୍ର ରେଡ୍ଡି ସ୍ମାରକୀ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ୍ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥିରୁପେ ସରପଞ୍ଚ ସୁନିତା ପ୍ରଧାନ ପୁଷ୍ପମାଲ୍ୟ ଅର୍ପଣ କରି ରକ୍ତ ଦାନ ଶିବିର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଂଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା, ସିକ୍ଷାବିତ୍ ଡି ସୁକ୍ରୁ ପ୍ରଧାନ, ଅଶୋକ କୁମାର ବେହେରା, ରଇବାରି ବେହେରା, ସହୀଦ ଭଗତସିଂ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଦୁର୍ୟ୍ୟୋଧନ ସେଠୀ, ଜାତୀୟ ସେବା ଯୋଜନା କାର୍ୟ୍ୟକ୍ରମ ଅଧିକାରୀ ଅଧ୍ୟାପକ ଆଖଣ୍ଡଳମଣି ବେହେରା, ଅଧ୍ୟାପକ ଦେବୀ ପ୍ରସାଦ ପଟ୍ଟନାୟକ, ଦିଗଦର୍ଶନ ୟୁଥ୍ କ୍ଳବ ସଭାପତି ସୁଶ୍ରୀ ବିଜୟଲକ୍ଷ୍ମୀ ମହାଙ୍କୁଡ,ପୂର୍ଣ୍ଣଚନ୍ଦ୍ର ସେଠୀ, ପୂର୍ବତନ ସରପଞ୍ଚ ଡି ପଦ୍ମଚରଣ ପ୍ରଧାନ,ଅର୍ଜୁନ ମହାପାତ୍ର,ଜୀବନ ବୀମା ପରାମର୍ଶକ ମଙ୍ଗୁଳୁ ଚରଣ ପ୍ରଧାନ ଓ ଆରେୟା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। କାର୍ୟ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବେହେରା, ଜୀବନ ବୀମା ପରାମର୍ଶକ ଶ୍ରୀ ପ୍ରଧାନ, ଯୁବ ସଂଗଠକ ତଥା ପ୍ରତିଷ୍ଠାତା ଦେବହରି, ଦୀପକ ସାହୁ ଓ ଅଧ୍ୟାପକ ଶ୍ରୀଯୁକ୍ତ ପଟ୍ଟନାୟକ ଓ ବେହେରା, ଦିବ୍ୟଙ୍ଗ ସିକ୍ଷାବିତ୍ ରବୀନ୍ଦ୍ର ସେଠୀ ପ୍ରମୁଖ ରକ୍ତଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ବ୍ରହ୍ମପୁର ସ୍ଥିତ ମହାରାଜ କୃଷ୍ଣଚନ୍ଦ୍ର ମେଡ଼ିକାଲ କଲେଜର ରକ୍ତଭଣ୍ଡାର ଡ଼ଃ ଗୋପାଳକୃଷ୍ଣ ପଣ୍ଡା, ଟୁଟୁ ପାଣିଗ୍ରାହୀ ଓ ସମସ୍ତ କର୍ମକର୍ତା ମୋଟ ଏକଚାଳିଶି ଗୋଟି ରକ୍ତ ୟୁନିଟ ସଂଗ୍ରହ କରିଥିଲେ। ୟୁଥ୍ ଫର୍ ଭିଲେଜ୍ ପ୍ରତିଷ୍ଠାତା ଡି ଦେବହରି ରେଡି ଙ୍କ ନେତୃତ୍ୱ ଓ ସମ୍ପାଦକ ତଥା ରକ୍ତଦାନ କାର୍ୟ୍ୟକ୍ରମ ସଂଯୋଜକ ଦୀପକ ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଶିବିରକୁ କ୍ଲବ ସଭାପତି ଚୈତନ୍ୟ ରେଡି, କୋଷାଧ୍ୟକ୍ଷ ମୋଚିରାମ ବେହେରା, ଅଶୋକ ବେହେରା, ସୀମାଞ୍ଚଳ ମହାପାତ୍ର, ଗଗନ ସାହୁ, ଶିବ ବେହେରା,କୈଳାସ ସେଠୀ, ଦୀପକ ସେଠୀ, ବି ଦେବାଶିଷ, ୟୁ ସୁଶାନ୍ତ, କେ ଜପେନ୍ଦ୍ର, ବାବୁ, ରବୀନ୍ଦ୍ର ଗୋୖଡ଼, ରବୀନ୍ଦ୍ର ସେଠୀ, ରବି ବେହେରା, ନିଳା ସେଠୀ, ସଂଗ୍ରାମ , ପ୍ରଦୀପ ମହାପାତ୍ର, ନିରାକାର ମହାରଣା, ପ୍ରଶାନ୍ତ ରେଡି, ଜିତୁ, ବି ଡିଲୁ, ୟୁ ଉପେନ୍ଦ୍ର, ଆର ମିଟୁ ଓ ବସନ୍ତ ସେଠୀ ପ୍ରମୁଖ ପରିଚାଳନା କରିଥିଲେ।


