କ୍ରାନ୍ତି ଯୁବଛାତ୍ର ସଂଗଠନର ୭ମ ପ୍ରତିଷ୍ଠା ଦିବସ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): କ୍ରାନ୍ତି ଯୁବଛାତ୍ର ସଂଗଠନର  ୭ମ ପ୍ରତିଷ୍ଠା ଦିବସ ସ୍ଥାନୀୟ କାର୍ଯ୍ୟାଳୟ ଠାରେ ଆଜି  ସଂଗଠନର ସଭାପତି ଇଜୁ ଅମିନ୍ ଖାନ୍ କ୍ରାନ୍ତି ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି । ସକାଳ ୮ଟାରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ସମସ୍ତ ଗୋଗୀମାନଙ୍କୁ ସଂଗଠନ ତରଫରୁ ଫଳ ବଣ୍ଟନ କରାଯାଇଥିଲା ।  ଏଥିରେ ଋଷିକୂଲ୍ୟା ରୟତ ମହାସଭାର ସଂପାଦକ ସିମାଞ୍ଚଳ ନାହାକ ଯୋଗଦେଇଥିଲେ । ୧୨ଟାରେ ସଂଗଠନର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ବହୁ ଛାତ୍ର ଏବଂ ଯୁବକମାନେ ସାମିଲ ହୋଇ ସଂଘର ଆଭିମୂଖ୍ୟ ଉପରେ ଆଲୋଚନା କରିଥିଲେ । ସ୍ଥାନୀୟ ଅଞ୍ଚଳର ଯୁବକ ଓ ଯୁବତୀମାନଙ୍କୁ ନିଯୁକ୍ତି ଦେବା ନିମନ୍ତେ ଏବଂ ଛତ୍ରପୁର ସହରରେ ବଢିଚାଲିଥିବା ବିଭିନ୍ନ ସମସ୍ୟା, ଦୁର୍ନିତୀ ବିରୁଦ୍ଧରେ, ଭେଜାଲ ମଦ କାରବାର ବିରୁଦ୍ଧରେ ଲଢେଇ ଜାରି ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା । ସଂନ୍ଧ୍ୟାରେ ଯୁବକ ଏବଂ ଛାତ୍ର ମାନେ ଏକତ୍ର ହୋଇ ଅସହିଂଷ୍ଣୁତା,ସାଂପ୍ରଦୟିକା ବିରୁଦ୍ଧରେ ଭାତ୍ରୁଚାରା ପ୍ରେମ୍ ସଦଭାବନା ପ୍ରସରା ପାଇଁ ଏକ ଶାନ୍ତିପୂର୍ଣ୍ଣ ଭାବେ ମଶାଲ ଶୋଭାଯାତ୍ରା ଛତ୍ରପୁର ସହର ପରିକ୍ରମା କରି ଏବଂ ଆଗାମୀ ଦିନ ସଂଗଠନ ମାଟିର ଲଢେଇରେ ଛାତ୍ର ଯୁବକ ମାନଙ୍କ ସମସ୍ୟାର ସମାଧାନ ପାଇଁ ସଂଘର୍ଷ ଜାରି ରହିବ ବୋଲି ଶପଥ ଗ୍ରହଣ ହୋଇଥିଲା  । ସମସ୍ତ କାର୍ଯ୍ୟକ୍ରମକୁ ସଂଗଠନଉ ମହେଶ କୁମାର ଗୈାଡ,ପ୍ରଦୀପ ନାହାକ,,ଅମିତ ପଲାଇ, ଜ୍ୟେର୍ତିମୟ ଶତପଥୀ, ରାକେଶ ଆଚାର୍ଯ୍ୟ, ତୋଫାନ ରେଡ୍ଡୀ, ଚିଦାନନ୍ଦ ପ୍ରଧାନ, ବଳିଆ ବେହେରା, ବିବେକ କୁମାରଙ୍କ ସଂଗଠନ ବହୁ ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ । ଏହି ସଂଗଠନ  ଛାତ୍ର,ଯୁବକ,ଚାଷି,ଶ୍ରମିକ,ଦଳିତ ସମସ୍ତ ବର୍ଗର ସମସ୍ୟା ସହିତ ଛିଡାହୋଇ ଅହରହ ସଂଗ୍ରାମ ଚଳାଇ ଆସିଛି ବୋଲି ସଭାପତି ଇଜୁ ଅମିନ ଖାନ୍ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ