ତିନି ଫୌଜଦାରୀ ଆଇନ ଓ ନାଗରିକ ଅଧିକାର ସମ୍ପର୍କେ ଆଲୋଚନା ଚକ୍ର

ବୁଗୁଡା,(ଅନିଲ କୁମାର ମହାରଣା): କୂର୍ମି କ୍ଷତ୍ରିୟ କୁଳ ଘର ଠାରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ତିନି ଫୌଜଦାରୀ ଆଇନ ଓ ନାଗରିକ ଅଧିକାର ସମ୍ପର୍କିତ ଏକ ଆଲୋଚନାଚକ୍ର ରାଧାକୃଷ୍ଣ ପାଠାଗାର, ବାଉଁଶଲୁଣ୍ଡି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷୟିତ୍ରୀ ସଂଗୀତା ପଣ୍ଡା, ଛାତ୍ରୀ ମନୀଷା ପ୍ରଧାନ ଓ ତୁଳସୀ ପ୍ରଧାନ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ । ଉକ୍ତ ଆଲୋଚନା ଚକ୍ରରେ ବରିଷ୍ଠ ଆଇନଜୀବୀ ଭଗବାନ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପରିବର୍ତ୍ତିତ ତିନି ଫୌଜଦାରୀ ଆଇନ ନାଗରିକମାନଙ୍କ ଅଧିକାରକୁ ସୁରକ୍ଷା ଦେବାରେ ବ୍ୟର୍ଥ ହୋଇଛି ବୋଲି କହିବା ସହିତ ନୂତନ ଆଇନ ଗୁଡିକ ସାଧାରଣ ନାଗରିକର ଅଧିକାରକୁ ସୁରକ୍ଷା ଦେବାରେ ସହାୟକ ହେବା ବିଧେୟ ବୋଲି ମତବ୍ୟକ୍ତ କରିଥିଲେ । ସମାଜ ଖବରକାଗଜ ପ୍ରତିନିଧି ରବୀନ୍ଦ୍ର ନାଥ ପାତ୍ର, କବି ପ୍ରଶାନ୍ତ ମହାନ୍ତି ଓ ଆଇନଜୀବୀ ବୈଦ୍ୟନାଥ ସାହୁ ଆଇନ ସମ୍ପର୍କିତ ପ୍ରଶ୍ନ ଉତ୍ତର କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ । ସମ୍ମାନିତ ଅତିଥି ବିଶିଷ୍ଟ ପରିବେଶବିତ୍ ଓ ଗ୍ରୀନ ନୋବେଲ ପୁରସ୍କାର ପ୍ରାପ୍ତ ପ୍ରଫୁଲ୍ଲ ସାମନ୍ତରା ନିକଟ ଅତୀତରେ ରେ ହୋଇଥିବା ସାଧାରଣ ନିର୍ବାଚନରେ ବ୍ୟବହୃତ ଇଭିଏମ ରେ ଜାଲିଆତି, ଗଣତିରେ ଅସାମଞ୍ଜସ୍ୟ ଯୋଗୁଁ ୭୯ ସଂସଦୀୟ କ୍ଷେତ୍ରରେ ୪,୬୫,୪୬,୮୮୫ ( ଚାରି କୋଟି ପଞ୍ଚଷଠି ଲକ୍ଷ ଛାୟାଳଶି ହଜାର ଆଠ ଶହ ପଞ୍ଚାଅଶୀ ) ଭୋଟ ଅଧିକ ଗଣତି ହୋଇଛି । ତେଣୁ ଇଭିଏମ ପରିବର୍ତ୍ତେ ବ୍ୟାଲେଟ ପେପର ହିଁ ଉପଯୁକ୍ତ ବିକଳ୍ପ ବୋଲି ଦୃଢ଼ ମତ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ କହିଥିଲେ ଯେ ପରିବର୍ଦ୍ଧିତ ଆଇନରେ କୌଣସି ନୂତନତ୍ବ ନାହିଁ। କେବଳ ନୂଆଁ ବୋତଲରେ ପୁରୁଣା ମଦ ରଖିଲା ପରି ହୋଇଛି | ମଂଚାସୀନ ସମ୍ମାନିତ ଅତିଥି‌ ଆଇନଜୀବୀ ଅଭିମନ୍ୟୁ ଗୌଡ଼ ଆଲୋଚନା କ୍ରମରେ କହିଲେ ଯେ, “ହିଟ୍ ଏଣ୍ଡ ରନ” ଆଇନ ଦ୍ବାରା ଗରିବ ଗାଡ଼ି ଚାଲକ ମାନଙ୍କର ଜୀବିକା ଉପରେ ଆକ୍ରମଣ ହୋଇଛି ଏବଂ ୧୨୪ ଏ ରାଜଦ୍ରୋହ ଆଇନ ପରିବର୍ତନ କରି ୧୫୦ ଧାରାରେ ସ୍ଥାନିତ କରାଇ ଏହାକୁ କଠୋରତା କରାଯାଇଛି ବୋଲି ମତ ବ୍ୟକ୍ତି କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମ ଚରଣ ପ୍ରଧାନ ଓ ପୂର୍ବତନ ଅଧ୍ୟକ୍ଷ କୃତିବାସ ବିଶ୍ବାଳ ପ୍ରଫୁଲ୍ଲ ସାମନ୍ତରାଙ୍କ ତ୍ୟାଗ, ଆଦିବାସୀ ଓ ଅନଗ୍ରସର ଜନତାଙ୍କ ଭୂମି ଅଧିକାର ପାଇଁ ଲଢେଇ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଭଞ୍ଜନଗର ଓକିଲ ସଂଘର ଆଇନଜୀବୀ ରମେଶ ପଣ୍ଡା, ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଅଶୋକ ଗୌଡ଼, ଅଳକା ମଞ୍ଜରୀ ପଟ୍ଟନାୟକ, ମନୋଲିମା ଗୌଡ଼, ମନୋଜ ଭୂୟାଁ, ଲକ୍ଷ୍ମୀ ରାଉତ, ଶୁଭ୍ରମନ୍ୟୁ ରାଓ ସମେତ ଅନେକ ବୁଦ୍ଧିଜୀବୀ, ଶିକ୍ଷାବିତ, ସାମ୍ବାଦିକ, କୂର୍ମୀ କ୍ଷତ୍ରିୟ ଅଞ୍ଚଳ ସମ୍ପାଦକ ବୈଦ୍ୟନାଥ ପ୍ରଧାନ, ପ୍ରଦେଶ ସମ୍ପାଦକ ବିଶ୍ବନାଥ ରାଉତ, ତାରିଣୀ ନାୟକ, ଯୁଧିଷ୍ଠିର ଗୌଡ଼, ବିକଳ ପାତ୍ର, ସୁରେନ୍ଦ୍ର ପଟ୍ଟନାୟକ, ବିପ୍ରଚରଣ ନାୟକ, ଘୁମୁସର ଖଡରା ସମାଜର ସମ୍ପାଦକ ସୁରେନ୍ଦ୍ର ବେହେରା, ପ୍ରତାପ ଚନ୍ଦ୍ର ସାହୁ, ଲକ୍ଷ୍ମଣ ନାୟକ,ପଞ୍ଚଭୂତି ସରପଞ୍ଚ ଶ୍ୟାମଘନ ସେଠୀ, କୈଳାଶ ପଣ୍ଡା, ମାଧବ ନାୟକ ଓ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ। ସମ୍ପାଦକ ଭଂଜ କିଶୋର ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ