ଜଙ୍ଗଲି ଛତୁ ଖାଇ ଝାଡା ବାନ୍ତିରେ ମାଆ-ପୁଅ ମୃତ, ଦୁଇ ଗୁରୁତର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁତ୍ରା ପଞ୍ଚାୟତର ସିକାଟି ଗ୍ରାମରେ ଝାଡା ବାନ୍ତି ହୋଇ ମାଆ- ପୁଅ ମୃତ, ଦୁଇ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସିକାଟି ଗ୍ରାମର ଲୋଚନ ମଳିକଙ୍କ ବୋହୁ ସୁକୁମାରୀ ମଳିକ ଓ ୧୨ ବର୍ଷର ନାତି ଆୟୁଷଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତ ସୁକୁମାରୀଙ୍କ ସ୍ବାମୀ ସୁଦର୍ଶନ ମଳିକ ଓ ତାଙ୍କ ସାନପୁଅଙ୍କ ସମେତ ଲୋଚନ ମଳିକ ଆକ୍ରାନ୍ତ ଥିବା ଜଣାପଡ଼ିଛି । ବୋହୁ ସୁକୁମାରୀ ମଲିକ ଗତ ୧୮ ତାରିଖରେ ଝାଡା ବାନ୍ତିରେ ଆକ୍ରାନ୍ତ ହେବାରୁ ପରିବାର ଲୋକେ ତାଙ୍କୁ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ ହେଲେ ଡାକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ। ଠିକ୍ ଏକ ସପ୍ତାହ ପରେ ସେହି ପରିବାରର ୬ ବର୍ଷର ଆୟୁଷ ମଲିକ ମଧ୍ଯ ଝାଡା ବାନ୍ତିରେ ଆକ୍ରାନ୍ତ ହେବାରୁ ପ୍ରଥମେ ସୁତ୍ରା, ତାପରେ ବାରଖମା, ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ନେଇଥିଲେ ହେଲେ ବାଲିଗୁଡ଼ାରେ ଆୟୁଷ ମଲ୍ଲିକକୁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ପରିବାର ଲୋକେ ନିଜ ଘରକୁ ଆଣିଥିଲେ ଏବଂ ୨୫ ତାରିଖରେ ଆୟୁଷର ମୃତ୍ୟୁ ହୋଇଥିଲା। ସେହି ପରିବାରର ଲୋଚନ ମଲିକ ୬୫ ବର୍ଷ ଓ ଚିଣ୍ଟୁ ମଲିକ ୧୮ ମାସ ଝାଡା ବାନ୍ତିରେ ଆକ୍ରାନ୍ତି ହେବା ହବାର ଖବର ପାଇଁ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଏକ ଟିମ୍ ସମେତ ଆଶା ଓ ସ୍ବାସ୍ଥ୍ୟ କର୍ମୀ ଗାଁକୁ ଯାଇ ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଦୁଇ ଦୁଇ ଆକ୍ରାନ୍ତଙ୍କୁ ଚିକିତ୍ସା କରିଥ‌ିବା କଥା ଡାକ୍ଟର ଦେବୀ ପ୍ରସାଦ କହିଛନ୍ତି। ବର୍ତ୍ତମାନ ଦୁଇ ଆକ୍ରାନ୍ତ ମଧ୍ୟ ଭଲ ଥିବା କହିଛନ୍ତି ଡାକ୍ଟର । ଜଙ୍ଗଲି ଛତୁ ଖାଇ କିମ୍ବା ପାଣି ଜନିତ ସମସ୍ୟାରୁ ଝାଡା ବାନ୍ତି ହୋଇଥିବା ଆଶଙ୍କା କରିଛନ୍ତି। ସୂଚନା ପ୍ରକାରେ ସୁତ୍ରା ପଞ୍ଚାୟତରୁ ମାତ୍ର ୫ କିଲୋମିଟର ଦୂରରେ ଅବସ୍ଥିତ ସିକାଟି ଗାଁ। ହେଲେ ଗାଁକୁ ଗୋଟିଏ ପକ୍କା ରାସ୍ତା ନାହିଁ ଆମ୍ବୁଲାନ୍ସ ଯିବା ସାତ ସ୍ବପ୍ନ ଯାହାଦ୍ବାରା କେହି ରୋଗରେ ପୀଡ଼ିତ ହେଲେ କିମ୍ବା ଗର୍ଭବତୀ ମାଆ ମାନଙ୍କୁ ଖଟିଆରେ ଭାର କରି ରାସ୍ତାକୁ ଆଣି ଅଟୋ କିମ୍ବା କୌଣସି ଗାଡ଼ିରେ ମେଡିକାଲ ନେଇଥାନ୍ତି। ଆଜି ମଧ୍ୟ ଏହି ଗାଁର ଲୋକେ ଗୋଟିଏ ଚୁଆଁ ପାଣି ଉପରେ ନିର୍ଭର କରନ୍ତି ଅନେକ ଥର ଲିଖିତ ଅଭିଯୋଗ କଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ