ଶ୍ରମଜୀବି ଏକତା ଅଭିଜାନ ପକ୍ଷରୁ ସ୍ୱତନ୍ତ୍ର ତାଲିମ ଶିବିର

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲାର ଲୋକ ସଂଗଠନ ଶ୍ରମଜିବୀ ଏକତା ଅଭିଜlନ ପକ୍ଷରୁ ଯୁବ ଗୋଷ୍ଠୀଙ୍କୁ ନେଇ ତାଲିମ ଶିବିର ମାଣିକପୁର ହନୁମାନ ମନ୍ଦିର ପରିସରରେ ଦୁଇ ଦିନ ଧରି ଚାଲିଥିଲା ,ଏହି ତାଲିମ ଶିବିରରେ ପ୍ରାୟ ୪୦ ଜଣ ଯୁବକ,ଯୁବତୀ ଅଂଶ ଗ୍ରହଣ କରିଥିବା ବେଳେ ତାଲିମ ଦାତା ଭାବେ ଓଡିଶା ଶ୍ରମ ଜୀବି ମଂଚ ଓ ମହିଳା ଶ୍ରମ ଜୀବି ମଞ୍ଚରୁ ଶ୍ରୀ ପଞ୍ଚାନନ ପ୍ରଧାନ ଅଂଶ ଗ୍ରହଣ କରି ଉପସ୍ଥିତ ତାଲିମ ଘଟୁଥିବା ବିଭିନ୍ନ ସମସ୍ୟା ଓ ତାର ସମାଧାନ ,ନାରୀ ,ପୁରୁଷ ମଧ୍ୟରେ ଭେଦଭାବ ଛୁଆଁ ,ଅଛୁଆଁ ,ଧନୀ ,ଗରିବ ଏବଂ ଗାଁର ଯୁବ ଶକ୍ତ ମାନେ ଗାଁ ଠାରୁ ଦେଶ ପର୍ଯ୍ୟନ୍ତ କିପରୀ ଗଠନ ମୂଳକ ଭୂମିକା ନେଇ କାର୍ଯ୍ୟ କଲେ ଏକ ସୁସ୍ଥ ଓ ଉର୍ନତି ଶୀଳ ଦେଶ ଓ ଗାଁ ଗଠନ ହୋଇପାରିବ ସେ ନେଇ ନାଚ ,ଗୀତ ,ଓ ଖେଳ ମାଧ୍ୟମରେ ତାଲିମ ପ୍ରଦାନ କରିଥିଲେ ,କାର୍ଯ୍ୟ କ୍ରମରେ ଶେଷ ଦିବସରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ପ୍ରତେକ ତାଲିମତ୍ରୀଙ୍କୁ ଗୋଟିଏ ଲେଖାଏଁ ପ୍ରମାଣ ପତ୍ର ଅବସର ପ୍ରାପ୍ତ ଆୟୁଷ ଡାକ୍ତର ଶ୍ରୀ ମନୋଜ କୁମାର ମହାନ୍ତି ପ୍ରଦାନ କରିଥିଲେ ଏତତ ସହିତ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ Il କାର୍ଯ୍ୟ କ୍ରମରେ ସଂଗଠନ କର୍ମୀ ଶ୍ରୀ ଆଶିଷ କୁମାର ବେହେରା ,ସୁଶାନ୍ତ ପଟ୍ଟନାୟକ ଓ ଫିଲିପ ମାଝୀ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ