ବାଇକ୍ ଧକ୍କା ରେ ସ୍କୁଟି ଚାଳକ ମୃତ 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ଛକ ନିକଟରେ ଶନିବାର ସକାଳ ପ୍ରାୟ ସାଢେ  ୮ ଟାରେ ବାଇକ୍  ଧକ୍କା ରେ ସ୍କୁଟି ଚାଳକ ମୃତ୍ୟୁବରଣ କରିଛନ୍ତି।  ଦୁର୍ଘଟଣାରେ ବାଇକ ଚାଳକ ସାମାନ୍ୟ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ଦିଗପହଣ୍ଡି ବଜାର ସାହି  ପାଣ୍ଡା ଛକର ଇପିଲି . ବାଲୁ (୪୦) । ଆହତ ଜଣକ ଧେରେଣ୍ଡି ଗ୍ରାମର ଜାଗିଲି ନାୟକ । ବାଲୁ ହିଟାଚି ଚାଳକ ଭାବେ କାମ କରି ପରିବାର ଚଳାଉଥିବା ବେଳେ ସକାଳୁ  ସ୍କୁଟି ନଂ.( ଓଡ଼ି ୦୭ – ଟି -୪୦୧୫ ) ଯୋଗେ କାମ ନିମନ୍ତେ ଯାଉଥିବା ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଜାଗିଲିଙ୍କ ବାଇକ ନଂ. ( ଓଡି ୦୭ ଏଡି ୨୪୩୦) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଦିଗପହଣ୍ଡି ମେଡିକାଲ ଅଣାଯାଇଥିଲା । ଉପସ୍ଥିତ ଡାକ୍ତର ବାଲୁ ଙ୍କୁ ମୃତ ଘୋଷଣା କରିଥିବା ବେଳେ ଜାଗିଲିଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛଡ଼ା ଯାଇଥିଲା । ଘଟଣାସ୍ଥଳରେ ତଦନ୍ତକାରୀ ପୋଲିସ ଅଧିକାରୀ ଏସ.ଆଇ ଦୁଷ୍ମନ୍ତ କୁମାର ପ୍ରଧାନ  ପହଞ୍ଚି ଉଭୟ ଦୁର୍ଘଟଣା ଗ୍ରସ୍ତ ଗାଡ଼ିକୁ ଜବତ କରିଥିବା ଜଣାପଡିଛି । ଏଥିସହ ସେ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ଥାନା ମାମଲା ନଂ. ୩୩୯/୨୪ ଅନୁସାରେ ମକଦ୍ଦମା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲ କୁ ପଠାଇଥିଲେ । ବ୍ୟବଚ୍ଛେଦ ପରେ ମୃତଦେହ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ କରାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ