ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଅଗଷ୍ଟରେ ୫,୩୮,୫୮୨ ଗାଡ଼ି ବିକ୍ରି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ସହ ନିଜର ଯାତ୍ରାକୁ ଜାରି ରଖି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ୨୦୨୪ ଅଗଷ୍ଟ ମାସର ବିକ୍ରି ଫଳାଫଳ ଘୋଷଣା କରାଯାଇଛି । ଏହି ମାସରେ କମ୍ପାନି ୫,୩୮,୮୫୨ ଗାଡ଼ି ଡେସ୍ପାଚ୍ କରିଛି ଯାହା ପୂର୍ବବର୍ଷର ଅଗଷ୍ଟ ମାସ ତୁଳନାରେ ୧୩ ପ୍ରତିଶତ ଅଧିକ । ଏହି ସମୟରେ କଂପାନି ଶେ ଭିତରେ ୪,୯୧,୬୭୮ ଗାଡ଼ି ବିକ୍ରି କରିଥିବା ବେଳେ ୪୭,୧୭୪ଟି ଗାଡ଼ି ରପ୍ତାନି କରିଛି । ଦେଶ ଭିତର ଗାଡ଼ି ବିକ୍ରିରେ ୯ ପ୍ରତିଶତ ଏବଂ ରପ୍ତାନିରେ ୭୯ ପ୍ରତିଶତ ବୃଦ୍ଧି ଘଟିଛି । ସୂଚନାଯୋଗ୍ୟଯେ, ୨୦୨୪ ଅପ୍ରେଲ ରୁ ଅଗଷ୍ଟ ମାସ ସୁଦ୍ଧା ଏଚଏମଏସଆଇ ୱାଟିଡ଼ି ର ଘରୋଇ ବିକ୍ରି ସଂଖ୍ୟା ୨୩,୪୫,୦୨୮ ଓ ରପ୍ତନି ସଂଖ୍ୟ ୨,୨୯,୭୧୬ ୟୁନିଟ ରହିଛି ।ଚଳିତ ବର୍ଷ ଅଗଷ୍ଟ ମାସରେ କମ୍ପାନି ମଧ୍ୟପ୍ରଦେଶରେ ୩୦ ଲକ୍ଷ ଗାଡ଼ି ବିକ୍ରି କରିବା ମାଇଲଖୁଂଟ ହାସଲ କରିଛି ଯାହା ରାଜ୍ୟରେ କମ୍ପାନିକୁ ସବୁଠୁ ପସନ୍ଦର ଦୁଇଚକିଆରେ ପରିଣତ କରିିଛି । ସଡ଼କ ସୁରକ୍ଷା ସଚେତନତା ଅଭିଯାନର ଅଂଶ ସ୍ୱରୂପ କମ୍ପାନି ପକ୍ଷରୁ ରାଜସ୍ଥାନର ଉଦୟପୁର, ଆସାମର ଜୋରହାଟ, କେରଳର ଥିରୁବନନ୍ତପୂରମ, ମଧ୍ୟପ୍ରଦେଶର ସାଗର, ମହାରାଷ୍ଟ୍ରର ନନ୍ଦୂରବର, ପଂଜାବର ଭାଟିଣ୍ଡା, ତାମିଲନାଡ଼ୁର ତିରୁଭାଲୁର, ତେଲେଙ୍ଗାନାର ହାଇଦ୍ରାବାଦ, ଉତରପ୍ରଦେଶର କାନପୁର, ଝାଡ଼ଖଣ୍ଡର ରାମଗଡ଼ ଓ ମହାରାଷ୍ଟ୍ରର ଔରଙ୍ଗାବାଦ ଭଳି ୧୧ଟି ସହରରେ ସଡ଼କ ସଚେତନତା ଅଭିଯାନ ଆୟୋଜନ କରାଯାଇଥିଲା । ଏଥି ସହିତ ମହାରାଷ୍ଟ୍ରର ଥାନେଠାରେ ଥିବା ଟ୍ରାଫିକ ତାଲିମ ପାର୍କର ଷଷ୍ଠ ବାର୍ଷିକୀ ପାଳନ କରାଯାଇଥିଲା । ରାଜସ୍ଥାନର ଜୟପୁର ଓ ନୂଆଦିଲ୍ଲୀରେ କମ୍ପାନି ପକ୍ଷରୁ ସ୍କୁଲ ଅଧ୍ୟକ୍ଷମାନଙ୍କ ଲାଗି ସଡ଼କ ସୁରକ୍ଷା ସମ୍ମିଳନୀ ଆୟୋଜନ କରାଯାଇଥିଲା ।ସିଏସ୍ଆର୍ କାର୍ଯ୍ୟକ୍ରମ ଅଧୀନରେ ହୋଣ୍ଡା ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ଅବସରରେ ‘ସମ୍ଭବ ହୈ ଆଜାଦୀ’ ନାମକ ଏକ ଭିଡିଓ ଅଭିଯାନ ଉପସ୍ଥାପନ କରାଯାଇଥିଲା । ଆମେ ଉପଭୋଗ କରୁଥିବା ସ୍ୱାଧୀନତା ପ୍ରକୃତ ସ୍ୱାଧୀନତା ନୁହେଁ, ବରଂ ଆମ ପରିବେଶର ସଂରକ୍ଷଣ ଓ ସୁରକ୍ଷାର ଦାୟିତ୍ୱ ନେବା ବୋଲି ଏହି ଭିଡିଓରେ ବାର୍ତା ଦିଆଯାଇଥିଲା ।
ସେହିପରି, ମୋଟର ସ୍ପୋର୍ଟସ୍ରେ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ର ଏନଏସଏଫ୍୨୫୦ଆର୍ ବର୍ଗରେ ସିଦ୍ଦେଶ ସାୱନ୍ତ ପ୍ରଥମ, ସାଭିଅନ ସାବୁ ଦ୍ୱିତୀୟ ଓ ବିଦାନି ରାଜେନ୍ଦ୍ର ତୃତୀୟ ସ୍ଥାନ ହାସଲ କରିଥିଲେ ।


