୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ରଙ୍ଗ ମିସ୍ତ୍ରୀଙ୍କ ମୃତ୍ୟୁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନା ଠାରୁ ମାତ୍ର ୧ କିମି ଦୂର କଲେଜ ଛକ ଜାତୀୟ ରାଜପଥ ୩୨୬ ପାର୍ଶ୍ବ ଏକ ନିର୍ମାଣଧୂନ କୋଠାରେ ଘଟିଛି ଏକ ଦୁଃଖଦ ଘଟଣା । କୋଠା ଉପରେ ରଙ୍ଗ ମିସ୍ତ୍ରୀ ଜଣଙ୍କ ରଙ୍ଗ ଦେଉଥିବାବେଳେ ହଟାତ ୧୧ କେଭି ତାର ସଂସ୍ପର୍ଶରେ ଆସିବା ଯୋଗୁଁ ବିଦ୍ୟୁତ ଘାତରେ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି. ଯାହାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଅନୁର୍ଗତ ଭଞ୍ଜନଗର ବାରୁଡ଼ା ପଞ୍ଚାୟତ ଅଧୂନ ବାଲିଆପଟା ଗ୍ରାମର ଅକ୍ଷୟ କୁମାର ନାୟକ ନାମକ ଯୁବକଙ୍କ ସହ ଅନ୍ୟ ଦୁଇ ସାଙ୍ଗ ମୋହନାରେ ଅବସ୍ଥିତ ଏକ ହୋଟେଲ ମାଲିକଙ୍କ କୋଠାରେ ପ୍ରାୟ ୭ ଦିନ ହେଲା ରଙ୍ଗ ଦେବା କାମରେ ନିୟୋଜିତ ଥିଲେ। ବୁଧବାର ସକାଳ ପ୍ରାୟ ୯ଟାବେଳେ ରଙ୍ଗ ଦେବା ସମୟରେ ଅକ୍ଷୟ ଦ୍ବିତୀୟ ମହଲା ଛାତରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବେହୋସ୍ ଅବସ୍ଥାରେ ପଡ଼ିରହିଥିଲେ।ଅନ୍ୟ ଦୁଇ ଶ୍ରମିକ ଅକ୍ଷୟର ଏଭଳି ଅବସ୍ଥା ଦେଖିବା ପରେ ତାଙ୍କୁ ସେଠାରୁ ଉଦ୍ଧାର କରି ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।ଡାକ୍ଟର ତାଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତ ଘୋଷଣା କରିଥିଲେ। ଖବର ପାଇ ଅକ୍ଷୟର ପରିବାର ଲୋକେ ମୋହନାରେ ପହଞ୍ଚିଛନ୍ତି। ଘର ମାଲିକଙ୍କ ଛାତ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସଂପର୍କରେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ନାୟକ କହିଛନ୍ତି ଘର ନିର୍ମାଣ ନକରିବା ପାଇଁ ବାରଣ କରାଯିବା ସହିତ ଲିଖୂତ ନୋଟିସ୍ ମଧ୍ଯ ପ୍ରେରଣ କରାଯାଇଛି। ସେ କିନ୍ତୁ ଆମ କଥାକୁ ଅବମାନନା କରି ଗୃହ ନିର୍ମାଣ କରୁଥିବା କହିଛନ୍ତି।