ଗଞ୍ଜାମ ଆଇନ ମହାବିଦ୍ୟାଳୟରେ ଗୁରୁଦିବସ ପାଳିତ

ବ୍ରହ୍ମପୁର,(ୱାଏନଏସ): ଆମ୍ବପୁଆ ସ୍ଥିତ ଗଞ୍ଜାମ ଆଇନ ମହାବିଦ୍ୟାଳୟରେ ଗୁରୁବାର ଏଲ.ଏଲ.ବି ଏବଂ ଏଲ.ଏଲ.ଏମ ଛାତ୍ର ଛାତ୍ରୀଙ୍କ ଦ୍ଵାରା ଗୁରୁ ଦିବସ ପାଳିତ ହୋଇଯାଇଛି l ସମସ୍ତ ଛାତ୍ର ଛାତ୍ରୀ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କୁ ପୁଷ୍ପଗୋଛା ଏବଂ ଉପଢକନ୍ ଦେଇ ସଭା ଗୃହକୁ ପାଛୋଟି ନେଇଥିଲେ l ସର୍ବପଲ୍ଲୀ ରାଧକ୍ରିଷ୍ଣନଙ୍କ ଫୋଟରେ ପୁଷ୍ପମାଲ୍ୟାର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ମନୋଜ କୁମାର ଜେନା ସାମନ୍ତ, ନିର୍ଦ୍ଦେଶକ ଡ଼.ବିନାୟକ ପଟ୍ଟନାୟକ, ସୁଦତା ରଥ, ମନୀଷା ବିଶ୍ଵାଳ ଓ ସମସ୍ତ ଅଧ୍ୟାପକଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l ନିଜ ନିଜର ଭବିଷ୍ୟତ ତୁମ ହାତରେ ସମସ୍ତେ ଜଣେ ସ୍ୱଚ୍ଛ ସେବା ମନବୃତି ନେ଼ଇ କେମିତି ନ୍ୟାୟ ପାଇଁ ଲଢେଇ କରିବ ଏବଂ ଜଣେ ଭଲ ଆଇନଜୀବୀ ହୋଇପାରିବ ସେ ବିଷୟରେ ପଟ୍ଟନାୟକ ଛାତ୍ର ଛାତ୍ରୀ ମାନଙ୍କୁ ଆଲୋକପାତ କରିଥିଲେ l ଏହି ସଭାକୁ ବିନୋଦ ପରିଚାଳନା କରିଥିବା ବେଳେ ରାଣୀ, ସୁନିଲ, ଭାଗ୍ୟଶ୍ରି, ଆଶୁତୋଷ, ପ୍ରତାପ, ଅଭିନାଶ, ମନୀଷା, ନିବେଦିତା, ପ୍ରିୟଙ୍କା, ଆଶିଷ ଏବଂ ନୀଳାଞ୍ଚଳଙ୍କ ସମେତ ସମସ୍ତ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ l ସଭା ଶେଷରେ ଋଷିକେଶ ବାଡତ୍ୟା ଧନ୍ୟବାଦ ଜଣାଇଥିଲେ l ଏଥିରେ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ