ପବିତ୍ର ନୂଆଁଖାଇ ଅବସରରେ ଅନ୍ନଦାନ

ବାଲେଶ୍ୱର, (ସରୋଜ ପଣ୍ଡା):ପବିତ୍ର ନୂଆଁଖାଇ ଅବସରରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସୋମବାର ୦୯-୦୯-୨୪ ରିଖ ଦିନ ରାଜ୍ୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ବାଲେଶ୍ୱର ଦ୍ୱାରା ସହରର ମିଶନ ସ୍କୁଲ୍ ପରିସରରେ ଥିବା ଭିନ୍ନକ୍ଷମ କଲ୍ୟାଣ ପ୍ରତିଷ୍ଠାନ ଓ ରାଣୀପାଟଣାସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟର ଦୁଇଶହରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନଭୋଜନ ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମକୁ ସଂଘର ସଭାପତି ଇଂ. ବନମାଳୀ ନାୟକ, ସାଧାରଣ ସଂପାଦକ ବୀରେନ୍ଦ୍ର କୁମାର ମହନ୍ତ, ପୂର୍ବତନ ସାଧାରଣ ସଂପାଦକ ବସନ୍ତ ନାୟକ, ଅର୍ଥ ସମ୍ପାଦକ ଦାମୋଦର ନାୟକ, ସଂଗଠନ ସମ୍ପାଦକ ସୁଜିତ କୁମାର ଜେନା, ସାଂସ୍କୃତିକ ସମ୍ପାଦକ ସଞ୍ଜୟ ପଣ୍ଡାଙ୍କ ସମେତ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଓ ସଦସ୍ୟ/ସଦସ୍ୟା ସର୍ବଶ୍ରୀ ଶିଶିର କୁମାର ରଥ, ପଦ୍ମଲୋଚନ ଦତ୍ତ, ରବି ରଂଜନ ବେହେରା, ପୂର୍ଣ୍ଣଚନ୍ଦ୍ର ସିଂ, ଶଶାଙ୍କ ଶେଖର ଦତ୍ତ, ଜ୍ୟୋତ୍ସ୍ନା ରାୟ, ରୀତା ରାୟ ପ୍ରମୁଖ ତତ୍ତ୍ୱାବଧାନ କରିବା ସହିତ ଖାଦ୍ୟ ପରିବେଷଣରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ