ଦିନ ୧୨ ଯାଏ ଖୋଲିଲାନି ବ୍ୟାଙ୍କ, ଗ୍ରାହକ ଅସନ୍ତୋଷ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଛେନାପଦି ଛକ ସ୍ଥିତ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ଦିନ ୧୨ ଟା ଯାଏ ଖୋଲି ନଥିଲା ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି l ଗତ ୩ ଦିନ ଧରି ବ୍ୟାଙ୍କ ବନ୍ଦ ରହିଥିବା ବେଳେ ଆଜି ବ୍ୟାଙ୍କ ଖୋଲୁଥିଲା l ଲୋକମାନଙ୍କର ବିଭିନ୍ନ କାର୍ଯ୍ଯ ପାଇଁ ଆଜି ଦିନ ୧୦ଟା ବେଳେ ବ୍ୟାଙ୍କ କୁ ଆସିଥିବା ବେଳେ ବ୍ୟାଙ୍କ ଖୋଲୁ ଖୋଲୁ ଲୋକମାନଙ୍କ ଗହଳି ଲାଗିଥିଲା l କିନ୍ତୁ ବ୍ୟାଙ୍କର ଫାଟକ ବନ୍ଦ ରହିଥିଲା l ଲୋକମାନଙ୍କୁ ବ୍ୟାଙ୍କ ଭିତରକୁ ପ୍ରବେଶ କରିବାକୁ ଦେଉନଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ। ଏମିତିକି ବୟସ୍କ ବରିଷ୍ଠ ନାଗରିକ ମାନେ ମଧ୍ୟ ନିରାଶ ହୋଇ ଫାଟକ ବାହାରେ ବହୁ ସମୟ ଧରି ଅପେକ୍ଷା କରି ନିରାଶ ହୋଇ ଫେରିଆସୁଥିବା ଦେଖିବାକୁ ମିଳିଥିଲା l ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା l ଏ ସମ୍ପର୍କରେ ବ୍ୟାଙ୍କ୍ ର ପରିଚାଳକକୁ ପଚାରିବାରୁ ଯାନ୍ତ୍ରିକ ତ୍ରୁଟି ଥିବାରୁ ଏପରି ସମସ୍ୟା ଦେଖା ଦେଇଥିବା କହିଥିଲେ।


