ଯୁବତୀଙ୍କୁ ପ୍ରେମ କରି ବିବାହର ପ୍ରଲୋଭନ ଦେଖାଇ ପ୍ରତାରଣା ଓ ଗର୍ଭବତୀ କରିଥିବା ଅଭିଯୋଗରେ ଗିରଫ ହେଲେ ଜଣେ ଯୁବକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଗୁଣୁପୁର ଥାନା ଅନ୍ତର୍ଗତ ଦଶବନ୍ତପୁର ଗ୍ରାମର ଜଣେ ଯୁବକ ପ୍ରେମ କରି ବିବାହର ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖି ଗର୍ଭବତୀ କରିବା ପରେ ପ୍ରତାରଣା କରି ଗିରଫ ହୋଇଥିବାର ଜଣାଯାଇଛି । ଅଭିଯୋଗକାରୀ ଯୁବତୀଙ୍କୁ ବର୍ତ୍ତମାନ ୧୮ ବୟସ ହୋଇଥିବାବେଳେ ପ୍ରାୟ ତିନି ବର୍ଷ ପୂର୍ବେ ଅର୍ଥାତ ସେ ନାବାଳିକା ଥିବା ବେଳେ ଯୁବକ ଜଣକ ଶାରିରୀକ ସମ୍ପର୍କ ରଖି ଗର୍ଭବତୀ କରିଥିଲେ ବୋଲି ଜଣାପଡିଛି । ଯୁବତୀ ଜଣକଙ୍କ ଅଭିଯୋଗକୁ ଭିତ୍ତି କରି ଗୁରାଣ୍ଡି ଥାନାରେ ୯୨/୨୪ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ହେବା ପରେ ଯୁବକ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାର ଗୁରାଣ୍ଡି ଥାନା ସୂତ୍ରରୁ ଜଣାପଡିଛି । ଯୁବତୀ ଜଣକଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ପ୍ରାୟ ତିନି ବର୍ଷ ପୂର୍ବେ ଯେତେବେଳେ ସେ ନାବାଳିକା ଥିବା ସମୟରେ ରାୟଗଡ ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ଦଶମନ୍ତପୁର ଗ୍ରାମର ବି. ତରୁଣ (୨୪) ଯିଏକି ସମ୍ପର୍କୀୟ ଅଟନ୍ତି ସେ ସେତେବେଳେ ପ୍ରେମଜାଲରେ ଫସାଇଥିଲେ । ପରେ ବିଭିନ୍ନ ପ୍ରଲୋଭନ ତଥା ବିବାହର ପ୍ରତିଶୃତି ଦେଇ ଶାରରୀକ ସମ୍ପର୍କ ରଖି ଆସୁଥିଲେ । ଯୁବତୀ ଜଣକ ଯେତେବେଳେ ନାବାଳିକା ଅବସ୍ଥାରେ ଗର୍ଭବତୀ ହୋଇଥିଲେ ସେତେବେଳେ ଯୁବତୀଙ୍କ ଘର ଲୋକେ ତରୁଣଙ୍କ ପରିବାରଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ମଧ୍ୟ ଯୁବକଙ୍କ ପରିବାର ଲୋକେ ଏବଂ ଯୁବକ ଜଣକ ବିବାହ ପାଇଁ ମନା କରିଦେଇଥିଲେ । ହେଲେ ନିଜ ଝିଅର ଭବିଷ୍ୟତ ପାଇଁ ଯୁବତୀଙ୍କ ପରିବାର ବର୍ଗ ବିବାହ ପାଇଁ ବାରମ୍ବାର ନିବେଦନ କରିଆସୁଥିଲେ । ଇତି ମଧ୍ୟରେ ନାବାଳିକା ଜଣକଙ୍କୁ ୧୮ ବର୍ଷ ବୟସ ପୁରଣ ହୋଇଯାଇ ଯୁବତୀ ହୋଇଥିବା ବେଳେ ୭ ମାସ ଗର୍ଭବତୀ ହୋଇଯାଇଥିବାରୁ ଯୁବତୀଙ୍କ ସମେତ ତାଙ୍କ ପରିବାର ଲୋକେ ଚିନ୍ତିତ ଥିଲେ । ଶେଷରେ ଗୁରାଣ୍ଡି ଥାନାର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଯୁବକ ଜଣଙ୍କୁ ଗିରଫ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ