ଠିକାଦାରଙ୍କ ଘରୁ ଲକ୍ଷଲକ୍ଷ ଟଙ୍କାର ବିଦ୍ୟୁତ କେବୁଲ ଚୋରୀ

ହାଟଡିହି, (ବିକାଶ ବିଶ୍ୱାଳ):ନନ୍ଦିପଦା ଥାନା ଅଧିନସ୍ଥ ଶାଳଣିଆଁ ଅଞ୍ଚଳର ଜଣେ ବିଦ୍ୟୁତ ଠିକାଦାରଙ୍କ ଘରୁ ଦୁଇଦିନ ତଳେ ଲକ୍ଷାଧିକ ଟଙ୍କାର ବିଦ୍ୟୁତ କେବୁଲ ତାର ଚୋରୀ ହୋଇଯାଇଛି। ସୁଚ଼ନାରୁ ଜଣାଯାଇଛି ଯେ ଶାଳଣିଆଁ ଗ୍ରାମର ବିରେନ୍ଦ୍ର କୁମାର ବିଶ୍ଵାଳ ବିଦ୍ୟୁତ ବିଭାଗରେ ଠିକା କାମ କରନ୍ତି । ଏଥିପାଇଁ ତାଙ୍କ ଘର ସମ୍ମୁଖରେ ଅନେକ ବିଦ୍ୟୁତ ସରଞ୍ଜାମ ଗଛିତ ରଖିଥାନ୍ତି। ଗତ ଦୁଇଦିନ ତଳେ ରାତିରେ ବର୍ଷାର ସୁଯୋଗ ନେଇ କେହି ଦୁର୍ବୁତ ସାଢ଼େ ୪ କିମି ଲମ୍ବର ବିଦ୍ୟୁତ କେବୁଲ ଚୋରୀ କରିନେଇଛିନ୍ତି । ଯାହାର ମୁଲ୍ୟ ସାଢେ ଲକ୍ଷରୁ ଉର୍ଦ୍ଧ ହେବ। ତା ପରଦିନ ସକାଳୁ ଠିକାଦାର ଏହା ଜାଣିବା ପରେ ବିଭିନ୍ନ ସ୍ଥାନରେ ଖୋଜ ଖବର ନେଉଛନ୍ତି । ପୂର୍ବରୁ ମଧ୍ୟ ତାଙ୍କ ବାଡିରୁ ଦୁଇ ଦୁଇ ଥର ଚୋରୀ ହୋଇଥିବା ବେଳେ ସେ ପୁଲିସର ଦ୍ୱାରସ୍ଥ ହୋଇଥିଲେ ବି ପୁଲିସ ଲୁଟେରାଙ୍କ ସମ୍ପର୍କରେ ସାମାନ୍ୟତମ ସୁଚ଼ନା ପାଇ ପାରିଲାନି। ସେଥିପାଇଁ ଏଥର ଚୋରୀ ସମ୍ପର୍କରେ ପୁଲିସରେ ଅଭିଯୋଗ କରିବାକୁ ଆଗ୍ରହ ଦେଖାଇ ନଥିବା ଠିକାଦାର ଶ୍ରୀ ବିଶ୍ୱାଳ କହିଛନ୍ତି।

Spread the love

Advertisement

ଏବେ ଏବେ