ସ୍କାଉଟସ୍ ଏବଂ ଗାଇଡସ୍ ଦ୍ୱାରା ଆନ୍ତର୍ଜାତୀୟ ଶାନ୍ତି ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସେପ୍ଟେମ୍ବର ୨୧ ତାରିଖ ଆନ୍ତର୍ଜାତୀୟ ଶାନ୍ତି ଦିବସ ଉପଲକ୍ଷେ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନ ପକ୍ଷରୁ ଅପରାହ୍ନରେ ରାଜ୍ୟ ମୁଖ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ସ୍କାଉଟ, ଗାଇଡ୍‌, ରୋଭର ଏବଂ ରେଞ୍ଜର ଯୋଗଦେଇଥିଲେ । ଏହି ସଭା ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଡଃ. ମିଶ୍ର ଆଜି ଦିନର ମହତ୍ୱ ପିଲାମାନଙ୍କୁ ବୁଝାଇବା ସହିତ କ’ଣ କଲେ ନିଜେ ଶାନ୍ତିରେ ରହିବା ସହିତ ଅନ୍ୟକୁ ମଧ୍ୟ ଶାନ୍ତି ଦେଇପାରିବା ନିଜ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ସ୍କାଉଟ ଏବଂ ଗାଇଡ୍ ମାନଙ୍କ ମଧ୍ୟରେ ପୋଷ୍ଟର ତିଆରି ଏବଂ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶ୍ରେଷ୍ଠ ବିବେଚିତ ସ୍କାଉଟସ୍ ଏବଂ ଗାଇଡସ୍‌ମାନଙ୍କୁ ପ୍ରମାଣପତ୍ର ସହିତ ଫଳକ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟ ଯୁଗ୍ମ ସମ୍ପାଦକ ତଥା ଆଡମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀମତୀ ଅନାମିକା ଦାସ ସଭା ପରିଚାଳନା କରିଥିବା ବେଳେ ରାଜ୍ୟ ସଂପାଦକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ସହ ଓଡିଶାର ସବୁ ସମୁଦ୍ରତଟ ସଫେଇରେ ମଧ୍ୟ ଏକଶହରୁ ଊର୍ଦ୍ଧ୍ୱ ସ୍କାଉଟ ଗାଇଡ୍ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ