ଜିଲ୍ଲା ବିକାଶ ମେଳାରେ ସାଂସ୍କୃତିକ ଦଳକୁ ଅଣଦେଖା ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ସଂସ୍କୃତି ବିଭାଗ କେତେକ ମୁଷ୍ଟିମେୟ ସାଂସ୍କୃତିକ ଦଳକୁ ପୂର୍ବ ସରକାରଙ୍କ ସମୟରୁ ଲଗାତର ନୃତ୍ୟ ଓ ସଙ୍ଗୀତ ପରିବେଷଣ ପାଇଁ ସୁଯୋଗ ଦେଇଆସୁଥିବା ବେଳେ ବର୍ତ୍ତମାନ କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ବିକାଶ ମେଳା ଯାହାକି କେନ୍ଦ୍ରାପଡା ମହାବିଦ୍ୟାଳୟ ପଡିଆରେ ୨୨ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ ଚାଲିବ ସେଥିରେ କେବଳ ପୂର୍ବର ସେହି ନିର୍ଦ୍ଧିଷ୍ଟ କେତେକ ଦଳକୁ କଳା ପରିବେଷଣ ପାଇଁ ସୁଯୋଗ ଦିଆଯାଇଛି । ଏ ସଂକ୍ରାନ୍ତରେ ଜିଲ୍ଲାର ବିଭିନ୍ନ କଳାକାର ସଂଘ ବାରମ୍ବାର ପୂର୍ବରୁ ଅନଶନ, ଧର୍ମଘଟ ଓ ଅଭିଯୋଗ କରିଆସୁଥିଲେ । କିନ୍ତୁ ବର୍ତ୍ତମାନ ଲୋକାଭିମୂଖୀ ସରକାରଙ୍କ ସମୟରେ ମଧ୍ୟ ବହୁ ପଞ୍ଜିକୃତ ତଥା ପ୍ରତିଷ୍ଠିତ ସାଂସ୍କୃତିକ ପରିଷଦମାନଙ୍କୁ ଅବହେଳା କରି ଜିଲ୍ଲା କଳାକାର ସଙ୍ଘକୁ ଜିଲ୍ଲା ସଂସ୍କୃତି ବିଭାଗ ଆହ୍ୱାନ ନକରିବା ସହ ବିକାଶ ମେଳାରେ କଳା ପରିବେଷଣ କରିବାକୁ ସୁଯୋଗ ଦେଇନଥିବାରୁ କଳାକାର ଅଭିରାମ ନାୟକ ନିଜର ସାଂସ୍କୃତିକ ଦଳ “ଶ୍ରୀ ବଳଦେବଜୀଉ ଏକାଡେମୀ ଅଫ୍ ଡ୍ରାମା ଆଣ୍ଡ୍ କଲଚର୍‌”ପକ୍ଷରୁ ଜିଲ୍ଲାପାଳ, ସଂସ୍କୃତି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ