ଭାରତୀୟ ଡ଼ାକ କର୍ମଚାରୀ ସଂଘର ଯୁଗ୍ମ ପରିମଣ୍ଡଳ ସ୍ତରୀୟ ବୈଠକ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଭାରତୀୟ ଡ଼ାକ କର୍ମଚାରୀ ସଂଘ ର ଯୁଗ୍ମ ପରିମଣ୍ଡଳ ସ୍ତରୀୟ ବୈଠକ ବ୍ରହ୍ମପୁର ଠାରେ ସେପ୍ଟେମ୍ବର ୨୧ ରୁ ୨୨ ଯାଏଁ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଭାରତୀୟ ଡ଼ାକ କର୍ମଚାରୀ ସଂଘ ର ପରିମଣ୍ଡଳ ସଭାପତି ଶ୍ରୀ ପ୍ରଦୀପ କୁମାର ଶତପଥୀ, ପରିମଣ୍ଡଳ ସମ୍ପାଦକ ଶ୍ରୀ ଶୋଭନ କୁମାର ମହାନ୍ତି ଏବଂ ମୁଖ୍ୟ ଉପଦେଷ୍ଟା ଶ୍ରୀ ରାଜକିଶୋର ମହାପାତ୍ର ମହୋଦୟ ଯୋଗ ଦେଇଥିଲେ। ତାହା ସହ ଓଡ଼ିଶା ଡ଼ାକ ପରିମଣ୍ଡଳ ର ବିଭିନ୍ନ ପ୍ରାନ୍ତରୁ ଡ଼ାକ ମଣ୍ଡଳ ସ୍ତରୀୟ ସଭାପତି ଏବଂ ସମ୍ପାଦକ ମାନେ ଯୋଗ ଦେଇଥିଲେ। ପ୍ରଥମ ଦିବସ ରେ ଭାରତୀୟ ମଜଦୂର ସଂଘ ର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ପୃଥ୍ୱୀରାଜ ପଣ୍ଡା ମହୋଦୟ ଏବଂ ଉପ ସଭାପତି ଶ୍ରୀମତୀ ସୁମିତ୍ରା ମହାପାତ୍ର ମହୋଦୟା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ। ବୈଠକ ର ଦ୍ଵିତୀୟ ଦିବସରେ ଭାରତୀୟ ମଜଦୂର ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଲିଙ୍ଗରାଜ ସାହୁ, ଗଞ୍ଜାମ ଜିଲ୍ଲା ସମ୍ପାଦକ ଶ୍ରୀ ଅର୍ଜୁନ ବେହେରା ତଥା ବିଜେପି ଗଞ୍ଜାମ ଜିଲ୍ଲା ସମ୍ପାଦକ ଶ୍ରୀ ବାଳକୃଷ୍ଣ ସାମନ୍ତରାୟ ମହୋଦୟ ଯୋଗଦେଇ ବୈଠକ କୁ ସଫଳ ରୂପାୟନ ଦେଇଥିଲେ। ଉକ୍ତ ବୈଠକ କୁ ବ୍ରହ୍ମପୁର ଡ଼ାକ ମଣ୍ଡଳ ର ଭାରତୀୟ ଡ଼ାକ କର୍ମଚାରୀ ସଂଘ ର ସଭାପତି ଶ୍ରୀ ଶିବ ରଞ୍ଜନ ସାହୁ, ସମ୍ପାଦକ ଶ୍ରୀ କେ.ବାବୁଲି ଦୋରା ଏଵଂ ପରିଚାଳନା ସମ୍ପାଦକ ଶ୍ରୀ ସନତ କୁମାର ପଣ୍ଡା ସହକାରୀ ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜିତ ଦାଶ, ପୋଷ୍ଟମ୍ୟାନ ଓ ଏମ ଟି ଏସ ସମ୍ପାଦକ ଶ୍ରୀ ଦୁର୍ଯୋଧନ ସାହୁ ପରିଚାଳନା କରିଥିଲେ। ଏଵଂ ଅନ୍ୟାନ୍ୟ କାର୍ଯ କର୍ତ୍ତା ଶ୍ରୀ ଏସ୍.ଅରୁଣ କୁମାର, ଶ୍ରୀ ସୁକାନ୍ତ ପଟ୍ଟନାୟକ, ଶ୍ରୀ ଆଶିଷ କୁମାର ବେହେରା, ଶ୍ରୀ ଅନିଲ ଗାଭାସ୍କର, ଶ୍ରୀମତୀ କେ.ଅର୍ଚ୍ଚନା କୁମାରୀ, ଶ୍ରୀ ହୃଷୀକେଶ ପାଢ଼ୀ, ଶ୍ରୀ ଦେବେନ୍ଦ୍ର ବେହେରା, ଶ୍ରୀ ଭୁଜେନ୍ଦ୍ର ବେହେରା, ଶ୍ରୀ ଗିରିଧାରୀ ବେହେରା, ଶ୍ରୀ ଆଶିଷ କୁମାର ରାଉତ ସହଯୋଗ କରିଥିଲେ। ବ୍ରହ୍ମପୁର ଡ଼ାକ ମଣ୍ଡଳ ର ଅବସର ପ୍ରାପ୍ତ କର୍ମଚାରୀ ଶ୍ରୀ ଅଟଳ ବିହାରୀ କର ଏଵଂ ଶ୍ରୀ ସନ୍ତୋଷ କୁମାର ସେଠୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ ବୈଠକ ରେ ଡ଼ାକ କର୍ମଚାରୀ ମାନଙ୍କ ସମସ୍ୟା ର ସମାଧାନ ଏଵଂ ଜନତାଙ୍କୁ ସୁଚାରୁ ରୂପେ କିଭଳି ଡ଼ାକ ସେବା ଯୋଗାଇ ଦିଆଯିବ ସେ ଦିଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା ସହ ଶ୍ରୀ ଆଶିଷ କୁମାର ବେହେରା ଙ୍କୁ ଭାରତୀୟ ଡ଼ାକ କର୍ମଚାରୀ ସଂଘ ର ପରିମଣ୍ଡଳ ସହକାରୀ ସମ୍ପାଦକ ଭାବରେ ଘୋଷଣା କରାଯାଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ ସହ ଦୁଇ ଦିନ ବୈଠକ ର ପରିସମାପ୍ତି ଘଟିଥିଲା।