ଚିନ୍ମୟ ମିଶନ ତରଫରୁ ଗୀତା ଜ୍ଞାନଯଜ୍ଞ
ବାଲେଶ୍ୱର, (ସରୋଜ ପଣ୍ଡା):୧୮ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଚିନ୍ମୟ ମିଶନ, ବାଲେଶ୍ୱର ତରଫରୁ ଏକ ଗୀତା ଜ୍ଞାନଯଜ୍ଞ ସ୍ଥାନୀୟ ବିବେକାନନ୍ଦ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରର ସଦସ୍ୟ ଏବଂ ଚିନ୍ମୟ ମିଶନର କର୍ମକର୍ତ୍ତାଙ୍କ ଦ୍ୱାରା ଏହ ଉଦ୍ଘାଟିତ ହୋଇଥିଲା । ଏଥିରେ ମିଶନର ଆଚାର୍ଯ୍ୟ ବ୍ରହ୍ମଚାରୀ ଅଗସ୍ତ୍ୟ ଚୈତନ୍ୟ ଗୀତା ସପ୍ତଦଶ ଅଧ୍ୟାୟ ଉପରେ ପ୍ରବଚନ ଦେଇଥିଲେ । ଏଥିରେ ମନୁଷ୍ୟର ଖାଦ୍ୟ, ଯଜ୍ଞ, ଦାନ ଏବଂ ତପ ବିଷୟରେ ଆଲୋକପାତ କରିଥିଲେ । ପରିଶେଷରେ କେନ୍ଦ୍ରର ସେକ୍ରେଟାରୀ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସ ଏବଂ ପିରିବାବୁ ଆରତୀ ସହ ଧନ୍ୟବାଦ ଅର୍ପଣ କରି ଉଦ୍ଯାପନ କରିଥିଲେ ।