ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ

ହାଟଡିହି, (ବିକାଶ ବିଶ୍ୱାଳ):ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଅଧିକ୍ଷକ ଡ଼ ପ୍ରଭାତ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକ ରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠି , ପଂଚାୟତ ସମିତି ଅଧକ୍ଷା ସାବିତ୍ରୀ ସେଠି, ବଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ସିଡିପିଓ ଉମାମଣୀ ମହାପାତ୍ର, ରୋଗୀ କଲ୍ୟାଣ ସମିତି ସଭ୍ୟ ରଙ୍ଗାଧର ମଲ୍ଲିକ, ରଞ୍ଜନ ପହି, ରମାକାନ୍ତ ନାୟକ, ପ୍ରତାପ ଦେଓ ପ୍ରମୁଖ ଯୋଗ ଦେଇଥିଲେ l ଏହି ବୈଠକରେ ଡାକ୍ତରଖାନାର ଭିତ୍ତି ଭୂମି, ଡ୍ରେନ ନିର୍ମାଣ, ପରିସ୍କାର ପରିଚ୍ଛନତା, ବିଭିନ୍ନ ଔଷଧ ଯନ୍ତ୍ରପାତି ଉପକରଣ ଓ ନିଦାନ କ୍ରୟ ଆଦି ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ଗୃହୀତ କରାଯାଇଥିଲା l ଶେଷରେ ଡ଼ ସଂଗ୍ରାମ କେଶରୀ ବ୍ରହ୍ମ ଧନ୍ୟବାଦ ଅର୍ପଣ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ବି ପି ଏମ ଚନ୍ଦନ କୁମାର ସାହୁ, ଆକାଉଟାଣ୍ଟ କୈଳାଶ ଚନ୍ଦ୍ର ସାହୁ, ନର୍ସିଂ ଅଫିସର ସରସ୍ୱତୀ ସେଠି, ଉତ୍କଳିକା ମିଶ୍ର, ସ୍ମୃତି ସ୍ୱରୂପ ପୁହାଣ, ସନ୍ଦୀପ ରାଉତ, ଦେବସ୍ମିତା ରାଉତ କୈଳାଶ ସୁବୁଦ୍ଧି ପ୍ରମୁଖ ପରିଚାଳନା କରିଥିଲେ l ସ୍ଥାନୀୟ ସରପଞ୍ଚଙ୍କୁ ଏହି ବୈଠକକୁ ଡକାଯାଇ ନଥିବାରୁ ସରପଞ୍ଚଙ୍କ ସମେତ ସ୍ଥାନୀୟ କିଛି ଲୋକ ଏହାର ବିରୋଧ କରିଥିଲେ। ଆଗାମୀ ଦିନରେ ହେବାକୁ ଥିବା ରୋଗୀ କଲ୍ୟାଣ ସମିତି ବୈଠକ ମାନଙ୍କରେ ସରପଞ୍ଚଙ୍କୁ ସାମିଲ କରାଯିବା ନେଇ ବି.ଡ଼ି.ଓ ପ୍ରସ୍ତାବ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ