ଅଖିଳ ଭାରତ ରାଜ୍ୟ ସରକାରୀ ପେନସନର ମହାସଂଘର ଧାରଣା
ବ୍ରହ୍ମପୁର,(ଅନିଲ କୁମାର): ଅଖିଳ ଭାରତ ରାଜ୍ୟ ସରକାରୀ ପେନସନର ମହାସଂଘ ଡ଼ାକରାରେ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହଂଘର ଗଂଜାମ ଜିଲ୍ଲା କମିଟି ଦ୍ୱାରା ଦକ୍ଷିଣାଅଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ଠାରେ ଘ ୧୦ ଘଣ୍ଟା ଠାରୁ ମଧ୍ୟନ୍ହ ୧.୩୦ ମିନିୟ ଯାଏ ଧାରଣା ଦିଆଯାଇ ବିକ୍ଷୋଭ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ପେନ୍ସନର ଓ ନୂତନ ପେନସନ (ଏନପିଏସ) ଭୁକ୍ତ କର୍ମଚାରୀ ଯୋଗଦେଇଥିଲେ।ଧାରଣା ସ୍ଥଳରେ ସଭାପତି ଡି.ମୋହନ ରାଓ, ସମ୍ପାଦକ ଶଙ୍କର୍ଷଣ ପାତ୍ର, ସହ ସମ୍ପାଦକ ନୀଳାଞ୍ଚଳ ମିଶ୍ର , ପୂର୍ବତନ ସଭାପତି କେ ନନ୍ଦେଷୁ ସେନାପତି ଏଏସଏନ ଗୁପ୍ତା, ନିରାକାର ସାବତ, ପ୍ରଦୀପ କୁମାର ଦାସ , ପଞ୍ଚାନନ ଜେନା, ରବିନାରାୟଣ ପଣ୍ଡା କେନ୍ଦ୍ର ସରକାରଙ୍କ ପେନ୍ସନର ମାରଣ ନୀତି ନୂଆ ପେନସନ ଏନପିଏସ ଓ ଉନିଫାଏଡ଼ ପେନସନ ଯୋଜନା (ୟୁପିଏସ) କୁ ଘୋର ବିରୋଧ କରିଥିଲେ । ଏନପିଏସ ଓ ୟୁପିଏସ ବାତିଲ କରାଯାଇ ପୁରୁଣା ପେନସନକରା ବାତିଲ କରାଯାଉ ବୋଲି ଦାବି ରଖିଥିଲେ। ଏହାସହ ଓଡ଼ିଶାର ସମସ୍ତ ପେନସନର ମାନଙ୍କୁ କେନ୍ଦ୍ର ଅନୁରୂପ ଚିକିତ୍ସାଭତ୍ତା ପ୍ରଦାନ କରିବା, ବରିଷ୍ଠ ନାଗରିକଙ୍କୁ ଆଗରୁ ଦିଆଯାଉଥିବା ରେଳ ଟିକଟରେ ରିହାତି ପୁନଃ ପ୍ରଚଳନ କରିବା ଆଦି ୯ ଦଫା ଦାବୀ ସପକ୍ଷରେ ସ୍ଲୋଗାନ ଦିଅଯାଇଥିଲା। ଅପରାହ୍ନ ୧ ଘଣ୍ଟା ସମୟରେ ସଭାପତି ଡି. ମୋହନ ରାଓଙ୍କ ନେତୃତ୍ୱରେ ସମ୍ପାଦକ ଶଙ୍କର୍ଷଣ ପାତ୍ର, ପୂର୍ବତନ ସଭାପତି କେ. ନାଂଦେଷୁ ସେନାପତି ଏଏସଏନ ଗୁପ୍ତା ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର, ବ୍ରହ୍ମପୁରଙ୍କ ଅନୁପସ୍ଥିତିରେ ଅତିରିକ୍ତ କମିଶନରଙ୍କ ମାଧ୍ୟମରେ ସମ୍ମାନାନୀୟ ଭାରତର ପ୍ରଧାନ ମନ୍ତ୍ରୀ ଓ ସମ୍ମାନାନୀୟ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ବିହିତ ପଦକ୍ଷେପ ନେବାପାଇଁ ପ୍ରେରଣ କରାଗଲା। ଏହି କାର୍ଯ୍ୟକ୍ରମରେ ଏମ୍. ନରସିଂହା, ଡି. ସୁଦର୍ଶନ ରାଓ, ଵି. ରାଙ୍ଗା ରାଓ, ଡି. ଗୁରୁମୂର୍ତୀ ପାତ୍ର, ମହର୍ଷି ସିଂ, ଟି. ଯୋଗେଶ୍ୱର, କେଶବ ଗୌଡ଼, ବସନ୍ତ କୁମାର ପାତ୍ର, ବି. ମୋହନ ରାଓ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।