କେନ୍ଦୁଝର ଟ୍ରକ୍ ମାଲିକ ସଂଘ ନିର୍ବାଚନ, ପ୍ରଚାର ସରଗରମ

ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ଥିବାବେଳେ ହାଟଡିହି ଅଞ୍ଚଳରେ ମାହୋଲ ସରଗରମ ହେବାରେ ଲାଗିଛି । ଆସନ୍ତା ୨୮ରେ ଘସିପୁରା ବ୍ଲକ୍ ଗୋହିରା ପ୍ରାଣବଲ୍ଲଭ ପବ୍ଳିକ୍ ସ୍କୁଲରେ ଭୋଟ ଗ୍ରହଣ ହେବ। ହାତରେ ଆଉ କମ୍ ସମୟ ଥିବାରୁ ପ୍ରାର୍ଥୀମାନେ ଘର ଘର ବୁଲି ଜୋରଦାର ପ୍ରଚାର କରୁଛନ୍ତି। ପ୍ରାର୍ଥୀ ମାନେ ଟ୍ରକ୍ ମାଲିକମାନଙ୍କୁ ଭେଟି ନିଜ ସପକ୍ଷକୁ ଆଣିବାପାଇଁ ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ନିଜ ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଯୋଗାଡ଼ କରିବା ପାଇଁ ବିଭିନ୍ନ ଦଳର ନେତାମାନେ ମଧ୍ୟ ବୁଲିବୁଲି ଭିତିରିଆ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ବିଭିନ୍ନ ପଦବିରେ ପ୍ରତିଦ୍ଵନ୍ଦିତା କରୁଥିବା ପ୍ରାର୍ଥୀମାନେ ଭୋଟର ମାନଙ୍କୁ ନିଜ ସପକ୍ଷକୁ ଆଣିବାକୁ ଭୋଜିଭାତର ଆୟୋଜନ କରୁଥିବା ଜଣାଯାଇଛି। ଟ୍ରକ୍ ମାଲିକ ସଂଘ ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଥିବା ବେଳେ ନିଜ ନିଜର ସମର୍ଥକ ମାନଙ୍କ ବିଜୟ ପାଇଁ ବଡ଼ବଡ଼ ନେତା ଓ ବିଧାୟକମାନେ ମଧ୍ୟ ମୁଣ୍ଡ ଖେଳାଉଥିବା ଜଣାପଡ଼ିଛି। ଚଳିତ ନିର୍ବାଚନରେ ସଭାପତି, ସମ୍ପାଦକ, ଉପସଭାପତି, ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ସମେତ କାର୍ଯ୍ୟନିର୍ବାହୀ ସଦସ୍ୟ ପଦବି ପାଇଁ ମଧ୍ୟ କଡ଼ା ମୁକାବିଲା ହେଉଛି। ହାଟଡିହି ଜୋନ ର କାର୍ଯ୍ୟ ନିର୍ବାହୀ ସଦସ୍ୟ ପାଇଁ ଦୁଇଜଣ ପ୍ରାର୍ଥୀ ଥିବା ବେଳେ ସଂପାଦକ ପଦବୀ ପାଇଁ ପ୍ରଚାର୍ ଜୋରଦାର ଚାଲିଛି। ଏହି ପଦବୀ ପାଇଁ ସୂର୍ଯ୍ୟ ନାରାୟଣ କର ଓ ତାଙ୍କ ସମର୍ଥକ ମାନେ ଟ୍ରକ ମାଲିକ ମାନଙ୍କ ଘରକୁ ଯାଇ ପ୍ରଚାର କରୁଥିବା ବେଳେ ଅନ୍ୟତମ ପ୍ରାର୍ଥୀ ପ୍ରଦୀପ ବାରିକ ମଧ୍ଯ ସମର୍ଥନ ଯୁଟାଇବାରେ ଲାଗିଛନ୍ତି। ଦୁଇଦିନ ହେଲା ହାଟଡିହି ଅଞ୍ଚଳରେ ଭୋଜିଭାତର ଆସର ଚାଲିଛି। ଆସନ୍ତା ୨୮ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ୨୯ ତାରିଖରେ ଫଳା ଫଳ ଘୋଷଣା ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ