ବାଲିଆପାଳ ବ୍ଲକ୍ ଅନ୍ତର୍ଗତ ଲଙ୍ଗଳେଶ୍ବର ଓ କାଳିପଦା ମଣ୍ଡଳରେ ସାଂସଦଙ୍କ ସଦସ୍ୟତା ଅଭିଯାନ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆଜି ବାଲିଆପାଳ ବ୍ଲକ୍ ଅନ୍ତର୍ଗତ ଲଙ୍ଗଳେଶ୍ବର ଓ କାଳିପଦା ମଣ୍ଡଳରେ ସାଂସଦଙ୍କ ସଦସ୍ୟତା ଅଭିଯାନର ସମୀକ୍ଷା ଓ ଅଭିଯାନକୁ ଗତିଶୀଳ କରିଛନ୍ତି। ଉଭୟ ସାଂଗଠନିକ ମଣ୍ଡଳରେ କାର୍ଯ୍ୟକର୍ତ୍ତାଙ୍କ ସହିତ ସମୀକ୍ଷା ବୈଠକ ଉପରାନ୍ତେ ଘରକୁ ଘର ବୁଲି ସଦସ୍ୟ ସଂଗ୍ରହ ଅଭିଯାନକୁ ଗତିଶୀଳ କରିଛନ୍ତି। ସାଂସଦଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବେ ୨୦୦ ରୁ ଉର୍ଦ୍ଧ ବ୍ଯକ୍ତି ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି। ଅଭିଯାନରେ ସାଂସଦଙ୍କ ସହିତ ବସ୍ତା ବିଧାୟକ ପ୍ରାର୍ଥୀ ରବିନ୍ଦ୍ର ଅଣ୍ଡିଆ, ପ୍ରଦୀପ ପଣ୍ଡା, ସଞ୍ଜୀବ ସାହୁ, ଗଗନ ସାହୁ ଓ କମଳଲୋଚନ ଦତ୍ତ ସାମିଲ ଥିଲେ


